ଓଡିଶା

odisha

ETV Bharat / city

ଆଜି ମୁଖ୍ୟ ପୀଠକୁ ବାହୁଡ଼ିବେ ମା’ ବୁଢୀ ଠାକୁରାଣୀ, କୋଭିଡ କଟକଣା ମଧ୍ୟରେ ହେବ ନୀତିକାନ୍ତି - famous Maa budhi thakurani yatra

ଆଜି ମଧ୍ୟରାତ୍ରରେ ଉଦଯାପିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । କୋଭିଡ କଟକଣା ମଧ୍ୟରେ ସମାପନ ହେବ ସମସ୍ତ ନୀତିକାନ୍ତି । ଅଧିକ ପଢନ୍ତୁ...

ଆଜି ମୁଖ୍ୟ ପୀଠକୁ ବାହୁଡ଼ିବେ ମାଆ ବୁଢୀ ଠାକୁରାଣୀ, କୋଭିଡ କଟକଣା ମଧ୍ୟରେ ହେବ ନୀତିକାନ୍ତି
ଆଜି ମୁଖ୍ୟ ପୀଠକୁ ବାହୁଡ଼ିବେ ମାଆ ବୁଢୀ ଠାକୁରାଣୀ, କୋଭିଡ କଟକଣା ମଧ୍ୟରେ ହେବ ନୀତିକାନ୍ତି

By

Published : Apr 19, 2021, 7:01 PM IST

ବ୍ରହ୍ମପୁର: ଆଜି ମଧ୍ୟରାତ୍ରରେ ଉଦଯାପିତ ହେବ ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଅସ୍ଥାୟୀ ମନ୍ଦିରରୁ ମା’ ସାଆନ୍ତାଣୀ ମୁଖ୍ୟ ମନ୍ଦିରକୁ ବାହୁଡ଼ିବେ । ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଶେଷଦିନରେ ମାଆଙ୍କୁ ଶହଶ୍ରାକ୍ଷୀ ଘଟ ନିମନ୍ତ୍ରଣ ହେବାପରେ ପରମ୍ପରା ଅନୁଯାୟୀ ସ୍ପଷ୍ଟ ହୋଇଯାଇଥାଏ ମାଆଙ୍କ ଯାତ୍ରା ଶେଷ ହେବ । ମାଆଙ୍କ ମୁଖ୍ୟ ଘଟ ସହିତ ସମସ୍ତ ଘଟ ମୁଖ୍ୟ ପୀଠକୁ ପ୍ରତ୍ୟାବର୍ତ୍ତନ ପରେ ଦ୍ଵିବାର୍ଷିକ ଠାକୁରାଣୀ ଯାତ୍ରା ଆନୁଷ୍ଠାନିକ ଭାବେ ଶେଷ ହେବ ।

ଆଜି ମୁଖ୍ୟ ପୀଠକୁ ବାହୁଡ଼ିବେ ମାଆ ବୁଢୀ ଠାକୁରାଣୀ, କୋଭିଡ କଟକଣା ମଧ୍ୟରେ ହେବ ନୀତିକାନ୍ତି

ଚଳିତ ବର୍ଷ କୋରୋନା କଟକଣା ଯୋଗୁ ମା’ଙ୍କ ଯାତ୍ରାକୁ ନେଇ ବ୍ରହ୍ମପୁରରେ ସେଭଳି ଚଳଚଞ୍ଚଳ ଦେଖିବାକୁ ମିଳିନଥିଲା। କେବଳ ପରମ୍ପରାକୁ ଭିତ୍ତି କରି ଯାତ୍ରା ଆୟୋଜିତ ହୋଇଥିଲା । ଚଳିତବର୍ଷ ମାଆଙ୍କ ଘଟ ପରିକ୍ରମା ଏବଂ ବିଭିନ୍ନ ସାହିରେ ହେଉଥିବା କଳାକୁଞ୍ଜ ଏବଂ ରଥ ନିର୍ମାଣକୁ ବନ୍ଦ କରାଯାଇଛି । ଅସ୍ଥାୟୀ ମନ୍ଦିରରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ନକରି କେବଳ ଦର୍ଶନକୁ ଅନୁମତି ପ୍ରଦାନ କରିଥିଲେ। ତେବେ ମା’ଙ୍କ ଅସ୍ଥାୟୀ ମଣ୍ଡପକୁ ଫେରିବା 3 ଦିନ ପରେ ଦୁଇ ପୂଜକ କୋରୋନା ଆକ୍ରାନ୍ତ ପରେ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା । ଅସ୍ଥାୟୀ ମଣ୍ଡପରେ କେବଳ ପୂଜକ ଉପସ୍ଥିତ ରହି ନୀତି ନିୟମ ମୁତାବକ ପୂଜାର୍ଚ୍ଚନା ଜାରି ରଖିଥିଲେ ।ମାଆଙ୍କ ଯାତ୍ରାର ଶେଷ ଦିବସ ଅବସରରେ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ବର୍ତ୍ତମାନ ନାଇଟ କଫ୍ୟୁ ରହିଥିବାରୁ ପୁଣି ନିରାଡ଼ମ୍ବର ପଟୁଆରରେ ଅଳ୍ପ ସଂଖ୍ୟକ ଭକ୍ତଙ୍କ ଗହଣରେ ମାଆ ଫେରିବେ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details