ଓଡିଶା

odisha

ETV Bharat / city

ପୂର୍ବତନ ଆରଆଇଙ୍କ ମୃତଶରୀରକୁ ଏମ୍‌କେସିଜି ମେଡିକାଲକୁ ଦାନ କଲେ ପରିବାର ଲୋକେ - family donated body of former RI

ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକ ସୁବାସ ଚନ୍ଦ୍ର ମହାନ୍ତିଙ୍କ ବିୟୋଗ ପରେ ତାଙ୍କ ମୃତଦେହକୁ ଏମ୍ କେ ସି ଜି ମେଡିକାଲକୁ ଦାନ କଲେ ପରିବାର ବର୍ଗ । ଅଧିକ ପଢନ୍ତୁ...

family donated body
ପୂର୍ବତନ ଆରଆଇଙ୍କ ମୃତଶରୀରକୁ ଏମ୍‌କେସିଜି ମେଡିକାଲକୁ ଦାନ କଲେ ପରିବାର ଲୋକେ

By

Published : Jun 9, 2020, 8:31 AM IST

Updated : Jun 9, 2020, 9:56 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜଣେ ଅବସରପ୍ରାପ୍ତ ରାଜସ୍ବ ନିରୀକ୍ଷକଙ୍କ ବିୟୋଗ ପରେ ତାଙ୍କ ମୃତଦେହକୁ ଏମ୍ କେ ସି ଜି ମେଡିକାଲକୁ ଦାନ କଲେ ପରିବାର ବର୍ଗ । ବେଲଗୁଣ୍ଠା ଗୋପିନାଥ ସାହି ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ରାଜସ୍ବ ବିଭାଗର ଅଧିକାରୀ ସୁବାସ ଚନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ପରେ ତାଙ୍କ ମୃତଦେହକୁ ପରିବାର ଲୋକେ ଦାନ କରିଛନ୍ତି ।

ପୂର୍ବତନ ଆରଆଇଙ୍କ ମୃତଶରୀରକୁ ଏମ୍‌କେସିଜି ମେଡିକାଲକୁ ଦାନ କଲେ ପରିବାର ଲୋକେ

ବେଲଗୁଣ୍ଠା ସି.ଏଚ୍.ସି ମେଡିକାଲରେ ତାଙ୍କର ଦେହାନ୍ତ ପରେ ପରିବାର ବର୍ଗ ତାଙ୍କ ମରଶରୀରକୁ ଏମ୍ କେ ସି ଜିକୁ ଆଣିବା ସହ ମେଡିକାଲର ବିଦ୍ୟାର୍ଥୀମାନଙ୍କ ଅଧ୍ୟୟନ ପାଇଁ ଦାନ କରିଛନ୍ତି । ତାଙ୍କ ପୁଅ ଦେବଦତ୍ତ ମହାନ୍ତିଙ୍କ ଉପସ୍ଥିତିରେ ପରିବାରର ସଦସ୍ୟ ଓ ବନ୍ଧୁ ପରିଜନ ମେଡିକାଲ କଲେଜର ଅନୋଟୋମୀ ବିଭାଗକୁ ମୃତଶରୀର ହସ୍ତାନ୍ତର କରିଛନ୍ତି ।

ପୂର୍ବତନ ଆରଆଇଙ୍କ ମୃତଶରୀରକୁ ଏମ୍‌କେସିଜି ମେଡିକାଲକୁ ଦାନ କଲେ ପରିବାର ଲୋକେ

ସୁବାସ ଗଞ୍ଜାମ ଜିଲ୍ଲାର ଆସିକା, ପିତଳ, ଦିଗପହଣ୍ଡି , ଭଞ୍ଜନଗର, ମୁଜାଗଡ, ଜଗନ୍ନାଥପ୍ରସାଦ , ବାଲିପଦର ଆର୍.ଆଇ କାର୍ଯ୍ୟଳୟରେ ରାଜସ୍ବ ନିରୀକ୍ଷକ ଭାବରେ କାର୍ଯ୍ୟ କରି ଶେଷରେ ଗତ 2000 ମସିହାରେ ନିଜ କାର୍ଯ୍ୟରୁ ଅବସର ନେଇଥିଲେ ।

ପୂର୍ବତନ ଆରଆଇଙ୍କ ମୃତଶରୀରକୁ ଏମ୍‌କେସିଜି ମେଡିକାଲକୁ ଦାନ କଲେ ପରିବାର ଲୋକେ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 9, 2020, 9:56 AM IST

ABOUT THE AUTHOR

...view details