ଓଡିଶା

odisha

ETV Bharat / city

ହାରିବା ଭୟରେ ମିଥ୍ୟା ଅଭିଯୋଗ ବିଜେପିର ପୁରୁଣା ଅଭ୍ୟାସ: ବିଜେଡି

ବିଜେପିକୁ ଘାରିଛି ପିପିଲି ଉପନିର୍ବାଚନରେ ଶୋଚନୀୟ ପରାଜୟ ଭୟ । ତେଣୁ ବାରମ୍ବାର କରୁଛି ମିଥ୍ୟା ଅଭିଯୋଗ । କହିଲା ବିଜେଡି । ଅଧିକ ପଢନ୍ତୁ...

By

Published : Apr 12, 2021, 6:14 PM IST

ହାରିବା ଭୟରେ ମିଥ୍ୟା ଅଭିଯୋଗ ବିଜେପିର ପୁରୁଣା ଅଭ୍ୟାସ : ବିଜେଡି
ହାରିବା ଭୟରେ ମିଥ୍ୟା ଅଭିଯୋଗ ବିଜେପିର ପୁରୁଣା ଅଭ୍ୟାସ : ବିଜେଡି

ଭୁବନେଶ୍ବର: ବିଜେପିକୁ ଘାରିଛି ପିପିଲି ଉପନିର୍ବାଚନରେ ଶୋଚନୀୟ ପରାଜୟର ଭୟ । ଆସନ୍ନ ପରାଜୟ ଦେଖି ବିବ୍ରତ ଓ ହତାଶ ହୋଇ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଳାପୁଳା ମିଥ୍ୟା ଅଭିଯୋଗ ଆଣୁଛି । ଭିତ୍ତିହୀନ ଅଭିଯୋଗ କରି ଲୋକମାନଙ୍କୁ ଭ୍ରମିତ କରୁଛି । ଏମିତି କରି ଭୋଟ ହାତେଇବା ପାଇଁ ଷଡଯନ୍ତ୍ର କରୁଛି ବିଜେପି । ଆଜି ଏପରି ଢଙ୍ଗରେ ବିଜେପିକୁ ଘେରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେପିକୁ ଏଭଳି ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର ।

ହାରିବା ଭୟରେ ମିଥ୍ୟା ଅଭିଯୋଗ ବିଜେପିର ପୁରୁଣା ଅଭ୍ୟାସ : ବିଜେଡିହାରିବା ଭୟରେ ମିଥ୍ୟା ଅଭିଯୋଗ ବିଜେପିର ପୁରୁଣା ଅଭ୍ୟାସ : ବିଜେଡି

ଶ୍ରୀମୟୀ ଆହୁରି ମଧ୍ୟ କହିଛନ୍ତି ଏପରି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ଆଣିବା ବିଜେପିର ଅଭ୍ୟାସଗତ କାର୍ଯ୍ୟ । ଅଭ୍ୟାସଗତ ଭାବରେ ଅସତ୍ୟ ବକ୍ତବ୍ୟ ଦ୍ବାରା ଅପପ୍ରଚାରରେ ମାତିଛି । ବିଜେପି କର୍ମୀଙ୍କ ପାଖରୁ 50ଲକ୍ଷ ଟଙ୍କା ଧରାପଡ଼ିଛି । ବିଜେପି କର୍ମୀଙ୍କ ଦ୍ବାରା ମନ୍ତ୍ରୀ ସୁଶାନ୍ତ ସିଂହକୁ ଆକ୍ରମଣ କରାଯାଇଛି । ବିଜେଡି କର୍ମୀଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିବା ଓ ତାଙ୍କ ପରିବାର ବର୍ଗଙ୍କ ସହ ଅଶାଳୀନ ଆଚରଣ କରିବା ପରେ ମଧ୍ୟ ବିଜେପିର ମୁହଁକୁ ଲଜ୍ୟା ନାହିଁ ବୋଲି କହିଛନ୍ତି ଶ୍ରୀମୟୀ ।

ପ୍ରତିଦିନ ସାମ୍ବାଦିକ ସମ୍ମିଳନୀ ଓ ସିଇଓଙ୍କ ପାଖରେ ଦ୍ବାରସ୍ଥ ହେବାର ନାଟକ ନ କରି ନିର୍ବାଚନ ପ୍ରଚାର କଲେ ବିଜେପି ପକ୍ଷରେ ଲାଭ ଦାୟକ ହୁଅନ୍ତା । କିନ୍ତୁ ବିଜେପିର ଏହି ପ୍ରତିଦିନିଆ ଡ୍ରାମାକୁ ଓଡିଶାବାସୀ ଭଲଭାବରେ ଚିହ୍ନି ସାରିଲେଣି । 2014 ଏବଂ 2019 ଓଡ଼ିଶା ନିର୍ବାଚନରେ ବି ବିଜେପି ନିର୍ବାଚନ ହରିବାର ଭୟ ଯୋଗୁଁ ଏହି ପ୍ରକାରର ଏକାଧିକ ଥର ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ କରିସାରିଛି । ତେଣୁ କୌଣସି ନୂତନତ୍ବ ନାହିଁ ବୋଲି କହିଛନ୍ତି ଶ୍ରୀମୟୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details