ଓଡିଶା

odisha

By

Published : May 14, 2020, 12:08 AM IST

ETV Bharat / city

ଗଞ୍ଜାମରେ ଅବକାରୀ ବିଭାଗର ଚଢାଉ, ବହୁ ପରିମାଣର ଦେଶୀ ମଦ ଜବତ

ଗଞ୍ଜାମ ଜିଲ୍ଲା ବ୍ୟାପୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବହୁ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଏହାସହ ବିଭିନ୍ନ ମାମଲାରେ ୧୩ ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଗଞ୍ଜାମରେ ଅବକାରୀ ବିଭାଗର ଚଢାଉ
ଗଞ୍ଜାମରେ ଅବକାରୀ ବିଭାଗର ଚଢାଉ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ୟାପୀ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବହୁ ପରିମାଣର ଦେଶୀ ମଦ ଜବତ କରାଯାଇଛି । ଏହାସହ ବିଭିନ୍ନ ମାମଲାରେ ୧୩ ଜଣ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଉପ-ଅଧିକ୍ଷକ ଅଭିରାମ ବେହେରାଙ୍କ ନେତୃତ୍ବରେ ଆସିକା ଅଞ୍ଚଳର ବାଲିସିରା, ସାହାପୁର, କରାତଳି, କାଳଷଣ୍ଢପୁର ଏବଂ ଖଲ୍ଲିକୋଟ ଥାନା ଅଞ୍ଚଳର ସାନଘାଟିରେ ଚଢାଉ କରାଯାଇଥିଲା ।

ଗଞ୍ଜାମରେ ଅବକାରୀ ବିଭାଗର ଚଢାଉ
ଗଞ୍ଜାମରେ ଅବକାରୀ ବିଭାଗର ଚଢାଉ
ଗଞ୍ଜାମରେ ଅବକାରୀ ବିଭାଗର ଚଢାଉ
ଗଞ୍ଜାମରେ ଅବକାରୀ ବିଭାଗର ଚଢାଉ

ଏଠାରୁ ୮୭୫ ଲିଟର ବେଆଇନ ମଦ, ୪୮୦୦ ଲିଟର ପୋଚ ସମେତ ଗୋଟିଏ ମୋଟର ସାଇକେଲ ଏବଂ ମଦ ତିଆରି ସରଞ୍ଜାମ ଜବତ କରାଯାଇଛି । ଗତ କିଛି ଦିନ ଧରି ଦେଶରେ ଲକଡାଉନ୍ ଯୋଗୁଁ ସରକାରୀ ମଦ ଦୋକାନ ବନ୍ଦ ରହିଥିବା ବେଳେ ଏହି ସମୟରେ ଚୋରା ମଦ ବ୍ୟାପାରୀମାନେ ସେମାନଙ୍କ କାରବାର ଜାରି ରଖିଛନ୍ତି । ତେବେ ଉଭୟ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାରେ ଜାରି ରହିଛି ଏଭଳି ଚଢାଉ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details