ଓଡିଶା

odisha

ETV Bharat / city

ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ଚଢାଉ, ୧୪ ଗିରଫ - Excise department raid

ଲକ୍ ଡାଉନ ସମୟରେ ଗଞ୍ଜାମ ଜିଲ୍ଲାରେ ମଦ କାରବାର ଜାରି ରହିଛି। ଏହି କ୍ରମରେ ଜିଲ୍ଲାବ୍ୟାପି ଅବକାରୀ ଚଢାଉ କରାଯାଇ ୧୪ ଜଣଙ୍କୁ ଗିରଫ କରାଯାଇଛି ।

ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ଚଢାଉ, ୧୪ ଗିରଫ
ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ଚଢାଉ, ୧୪ ଗିରଫ

By

Published : May 29, 2020, 8:41 AM IST

ବ୍ରହ୍ମପୁର: ଲକ୍ ଡାଉନ ସମୟରେ ଗଞ୍ଜାମ ଜିଲ୍ଲାରେ ମଦ କାରବାର ଜାରି ରହିଛି। ଏହି କ୍ରମରେ ଜିଲ୍ଲାବ୍ୟାପି ଅବକାରୀ ଚଢାଉ କରାଯାଇ ୧୪ ଜଣଙ୍କୁ ଗିରଫ କରାଯାଇଛି ।

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ବିଭିନ୍ନ ଟିମ ଚଢାଉ କରି ବିପୁଳ ପରିମାଣରେ ଦେଶୀ ମଦ ସହ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛନ୍ତି।

ବେଆଇନ ମଦ କାରବାର ଉପରେ ଅବକାରୀ ବିଭାଗର ଚଢାଉ, ୧୪ ଗିରଫ

ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ଆସ୍କା ଥାନା ଅଧିନସ୍ଥ କେନ୍ଦୁପଦର, ବାଲିସିରା ଓ ପାକଲାପଲ୍ଲୀ, ଏବଂ ସୋରୋଡା ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଳରାମପୁର, ଭାଲିଆପଲ୍ଲୀ ଓ ମାଟିଖାଲ ରେ ଚଢାଉ କରାଯାଇଥିଲା ।

ଚଢାଉରେ ୧୪ ଜଣଙ୍କୁ ଗିରଫ କରିବା ସହ ୯୪୦ ଲିଟର ଦେଶୀ ମଦ ଓ ୩ ହଜାର ୭ ଶହ କିଲୋ ମଦ ପ୍ରସ୍ତୁତ ସାମଗ୍ରୀ ଜବତ କରିଛନ୍ତି । ଏହି ଚଢାଉ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details