ଓଡିଶା

odisha

ETV Bharat / city

ବ୍ରହ୍ମପୁରରେ ପହଞ୍ଚିଲା ଶକ୍ତି ସ୍ବରାଜ୍ୟ ଯାତ୍ରା ବସ୍‌ - ବମ୍ବେ ଆଇଟିଆଇ ପ୍ରଫେସର ଚେତନ ସିଂ ସୋଲାଙ୍ଗୀ

ଗଞ୍ଜାମରେ ପହଞ୍ଚିଲା ଶକ୍ତି ସ୍ବରାଜ୍ୟ ଯାତ୍ରା ବସ୍‌ । ଦେଶରେ ଜଳବାୟୁ ପରିବର୍ତ୍ତନ ଏବଂ ବ୍ୟାପକ ସୌର ଶକ୍ତି ବ୍ୟବହାରକୁ ଗୁରୁତ୍ବ ଦେବାକୁ ନେଇ ଦେଶ ପରିକ୍ରମା କରି ବାର୍ତ୍ତା ଦେଉଥିବା ବମ୍ବେ ଆଇଟିଆଇ ପ୍ରଫେସର ଚେତନ ସିଂ ସୋଲାଙ୍ଗୀ ନିଜ ପ୍ରତିନିଧି ଦଳ ସହ ବ୍ରହ୍ମପୁର ଆଇଟିଆଇ ଶିକ୍ଷାନୁଷ୍ଠାନ ଗସ୍ତ କରିଛନ୍ତି । ଅଧିକ ପଢ଼ନ୍ତୁ

energy swarajya yatra bus reached at berhampur
ବ୍ରହ୍ମପୁରରେ ପହଞ୍ଚିଲା ଶକ୍ତି ସ୍ବରାଜ୍ୟ ଯାତ୍ରା ବସ, ସାମିଲ ହେଲେ ବିଦ୍ୟାର୍ଥୀ

By

Published : May 27, 2022, 12:47 PM IST

ବ୍ରହ୍ମପୁର:ଗଞ୍ଜାମରେ ପହଞ୍ଚିଲା ଶକ୍ତି ସ୍ବରାଜ୍ୟ ଯାତ୍ରା ବସ୍‌ । ଦେଶରେ ଜଳବାୟୁ ପରିବର୍ତ୍ତନ ଏବଂ ବ୍ୟାପକ ସୌର ଶକ୍ତି ବ୍ୟବହାରକୁ ଗୁରୁତ୍ବ ଦେବାକୁ ନେଇ ଦେଶ ପରିକ୍ରମା କରି ବାର୍ତ୍ତା ଦେଉଥିବା ବମ୍ବେ ଆଇଟିଆଇ ପ୍ରଫେସର ଚେତନ ସିଂ ସୋଲାଙ୍ଗୀ ନିଜ ପ୍ରତିନିଧି ଦଳ ସହ ବ୍ରହ୍ମପୁର ଆଇଟିଆଇ ଶିକ୍ଷାନୁଷ୍ଠାନ ଗସ୍ତ କରିଛନ୍ତି । ଚେତନ ସିଂ ସୋଲାଙ୍ଗୀ ବ୍ରହ୍ମପୁର ସରକାରୀ ଆଇଟିଆଇ ଏବଂ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀଙ୍କ ସହ ଆଲୋଚନା କରିଛନ୍ତି ।

ବ୍ରହ୍ମପୁରରେ ପହଞ୍ଚିଲା ଶକ୍ତି ସ୍ବରାଜ୍ୟ ଯାତ୍ରା ବସ, ସାମିଲ ହେଲେ ବିଦ୍ୟାର୍ଥୀ

ସାରା ଦେଶ ପରିକ୍ରମା କରି ସୋଲାର ଶକ୍ତିର କିପରି ସଞ୍ଚାର ହୋଇପାରିବ ଓ ଅଙ୍ଗାରକାମ୍ଳ ଗ୍ୟାସକୁ ବାୟୁମଣ୍ଡଳରୁ ବିଲୁପ୍ତ କରି ହେବ ସେହି ପ୍ରୟାସରେ ଏକ ସ୍ଵତନ୍ତ୍ର ସୋଲାର ଗାଡିରେ ଏହି ପ୍ରତିନିଧି ଦଳ ଗ୍ରସ୍ତ କରିଛନ୍ତି । ଏହି ଅବସରରେ ଆଇଟିଆଇର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀ, ୟୁସିପି ଏବଂ ପଲିଟେକନିକର କର୍ମକର୍ତ୍ତା ଓ ବିଦ୍ୟାର୍ଥୀ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁର ସହରର ଆଇଟିଆଇ ଶିକ୍ଷାନୁଷ୍ଠାନ ଦ୍ବାରା ତିଆରି ହୋଇଥିବା ସ୍କ୍ରାପ୍ ମ୍ୟୁଜିୟମ୍ ଓ କୋଭିଡ ଇନୋଭେସନ୍ ସେଣ୍ଟର ପରିଦର୍ଶନ କରି ଏହା ଦେଶର ଗର୍ବ ବୋଲି ଚେତନ ସିଂ କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details