ଓଡିଶା

odisha

ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ବ୍ରହ୍ମପୁରରେ କର୍ମଚାରୀଙ୍କ ବିକ୍ଷୋଭ

By

Published : Aug 25, 2020, 4:26 PM IST

ସହରର ଟାଟାବେଞ୍ଜ ଛକ ନିକଟସ୍ଥ ୟୁନିଅନ ବ୍ୟାଙ୍କ ରିଜନାଲ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦରେ କେନ୍ଦ୍ର ସରକାର ଏକାଦଶ ଦ୍ବିପାକ୍ଷିକ ମଜୁରୀ ରାଜିନାମାର ବୁଝାମଣା ପତ୍ରକୁ କର୍ମଚାରୀଙ୍କ ସ୍ବାର୍ଥରେ ସଂଶୋଧନ କରିବା ଦାବୀକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରାଯାଇ

Berhampu
ବ୍ରହ୍ମପୁରରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ

ବ୍ରହ୍ମପୁର: ବ୍ୟାଙ୍କ ଘରୋଇକରଣକୁ ବିରୋଧ ସହ ବିଭିନ୍ନ ଦାବୀ ନେଇ ବ୍ରହ୍ମପୁରରେ ବିକ୍ଷୋଭ କରିଛନ୍ତି ବ୍ୟାଙ୍କ କର୍ମଚାରୀ ଓ ଅଫିସର । ସହରର ଟାଟାବେଞ୍ଜ ଛକ ନିକଟସ୍ଥ ୟୁନିଅନ ବ୍ୟାଙ୍କ ରିଜନାଲ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ପ୍ରତିବାଦରେ କେନ୍ଦ୍ର ସରକାର ଏକାଦଶ ଦ୍ବିପାକ୍ଷିକ ମଜୁରୀ ରାଜିନାମାର ବୁଝାମଣା ପତ୍ରକୁ କର୍ମଚାରୀଙ୍କ ସ୍ବାର୍ଥରେ ସଂଶୋଧନ କରିବା ଦାବୀକୁ ତୁରନ୍ତ ପଦକ୍ଷେପ ନେବାକୁ ଦାବୀ କରାଯାଇଛି ।

ବ୍ରହ୍ମପୁରରେ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ

ଏହି ଅବସରରେ ବ୍ୟାଙ୍କ ଶିଳ୍ପରେ ଚାଲୁ ରହିଥିବା ଏକାଦଶ ଦ୍ବିପାକ୍ଷିକ ମଜୁରୀ ସଂଶୋଧନ ରାଜିନାମାରେ ବ୍ୟାଙ୍କ ମାଲିକ ସଂଙ୍ଘ ସମସ୍ତ ପ୍ରକାର ଚଞ୍ଚକତା ଅବଲମ୍ବନ କରି ଉଭୟ ଚାକିରୀରେ ଥିବା କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛନ୍ତି ।

ବ୍ୟାଙ୍କ କର୍ମଚାରୀ ଓ ଅଫିସରଙ୍କ ମଜୁରୀ ସଂଶୋଧନ ଗତ ୨୦୧୭ ନଭେମ୍ବର ଠାରୁ ବକେୟା ହୋଇ ପଡିରହିଛି । ଏହାର ସମାଧାନ ପାଇଁ ଉଭୟ ସରକାର ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା କରୁଥିବା ବେଳେ କର୍ମଚାରୀମାନେ ପାଉଥିବା ସାମାନ୍ୟ ସ୍ବତନ୍ତ୍ର ଭତ୍ତାକୁ ମୂଳଦରମା ସହ ସାମିଲ କରିବା, ବେତନ ବୃଦ୍ଧିକୁ ନ୍ୟାୟ ସଙ୍ଗତ କରିବା, ରିଜର୍ଭ ବ୍ୟାଙ୍କ, ନାବାର୍ଡ ଅନୁସୃତ ନିୟମ ଅନୁଯାଇ ପେନସନର ନବୀକରଣ କରିବା ଓ ତଦନୁଯାୟୀ ଫ୍ୟାମିଲି ପେନସନ୍ ଯୋଗାଇ ଦେବା ଭଳି ଦାବୀ ସହିତ ସପ୍ତାହିକ 5 ଦିନିଆ କାର୍ଯ୍ୟ ଦିବସ କାର୍ଯ୍ୟକାରୀ କରିବାକୁ ଦାବୀ କରାଯାଇଛି ।

ଏପରିକି କୋରୋନା ରୂପକ ମହାମାରୀ ସମୟରେ ଦେଶର କର୍ପୋରେଟରଙ୍କ ଲକ୍ଷଲକ୍ଷ ଟଙ୍କା ଋଣ ଛାଡକୁ ବିରୋଧ କରାଯାଇଛି । ଏହି ଅବସରରେ କଣ କହୁଛନ୍ତି ଆନ୍ଦୋଳନରତ ବ୍ୟାଙ୍କ କର୍ମଚାରୀ ଆସନ୍ତୁ ଶୁଣିବା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details