ଓଡିଶା

odisha

ETV Bharat / city

ଦିଗପହଣ୍ଡିକୁ ପୁଣି ଫେରିଲେ ହାତୀପଲ

ଦିଗପହଣ୍ଡି ଅଞ୍ଚଳକୁ ପୁଣି ଫେରିଲେ ୧୫ ଜଣିଆ ହାତୀପଲ । ଆତଙ୍କିତ ଲୋକେ । ହାତୀଙ୍କୁ ଜଗିଛି ବନ ବିଭାଗ । ଅଧିକ ପଢନ୍ତୁ...

By

Published : May 3, 2021, 7:40 AM IST

Fifteen known elephants returned to the Digapahandi area
ଦିଗପହଣ୍ଡି ଅଞ୍ଚଳକୁ ପୁଣି ଫେରିଲେ ହାତୀପଲ

ବ୍ରହ୍ମପୁର: ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳକୁ ପୁଣି ଥରେ ବାହୁଡିଛନ୍ତି ୧୫ଟି ହାତୀପଲ । ସୂଚନା ଅନୁଯାୟୀ ଗତ କିଛିଦିନ ଧରି ଏହି ହାତୀପଲ ଚିକିଟି ଅଞ୍ଚଳ ଜଙ୍ଗଲରେ ରହି ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇଥିଲେ । ଏପରିକି ହାତୀ ଉପଦ୍ରବ ଯୋଗୁଁ ବହୁ ଫସଲ ନଷ୍ଟ ହେବା ସହ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା । ତେବେ ଶନିବାର ରାତ୍ର ସମୟରେ ଏହି ହାତୀପଲ ଚିକିଟି ଅଞ୍ଚଳରୁ ଆସି ଦିଗପହଣ୍ଡି ବ୍ଳକର ବିଏଲଏନପୁର ଜଙ୍ଗଲରେ ରହୁଥିବା ଜଣାପଡିଛି ।

ଦିଗପହଣ୍ଡି ଅଞ୍ଚଳକୁ ପୁଣି ଫେରିଲେ ହାତୀପଲ

ରବିବାର ପାହାଡରୁ ତଳକୁ ହାତୀମାନେ ଓହ୍ଲାଇ ଉପଦ୍ରବ ଚଳାଇଥିବା ପୁଣି ଜଙ୍ଗଲ ମଧ୍ୟକୁ ଫେରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ହାତୀପଲରେ ଦୁଇଟି ଦନ୍ତା , ୯ଟି ମାଈ ଓ ଚାରିଗୋଟି ଛୁଆହାତୀ ଥିବା ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି । ଏହି ହାତୀପଲଙ୍କ ଗତିବିଧି ଲକ୍ଷ୍ୟ ପାଇଁ ୧୬ ଜଣ ବନ କର୍ମଚାରୀକୁ ନେଇ ଦୁଇଗୋଟି ସ୍କ୍ୱାର୍ଡରେ ବିଭକ୍ତ କରାଯାଇ ହାତୀପଲଙ୍କୁ ଜଗି ରହିଛନ୍ତି । ରବିବାର ବିଏଲଏନପୁର ଗାଁର କିଛି ଦୂରରେ ଥିବା ଜଙ୍ଗଲରେ ପ୍ରବେଶ କରିଥିବା ଜଣାଯାଇଛି ।

ପ୍ରତ୍ୟେକ ବର୍ଷ ନଭେମ୍ବର ମାସରୁ ଏହି ହାତୀପଲ ଘୁମୁସର ଅଞ୍ଚଳରୁ ଆସି ଦିଗପହଣ୍ଡି ଅଞ୍ଚଳରେ ଦୁଇମାସ ଧରି ରହି ପୁଣି ଜାନୁଆରୀ ଶେଷ ସୁଦ୍ଧା ଫେରିଯାଉଥିଲେ । କିନ୍ତୁ ଚଳିତ ବର୍ଷ ଏହି ହାତୀପଲଙ୍କ ସ୍ୱଭାବରେ ପରିବର୍ତ୍ତନ ଦେଖାଦେଇଛି । ହେଲେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଫେରି ନଥିବା କାରଣ ଜଣାପଡିନାହିଁ । ଏପରିକି ସେମାନେ କେଉଁ ଦିଗକୁ ଗତି କରିବେ ତାହାର ନଜର ବନବିଭାଗର ସ୍କ୍ୱାର୍ଡ କର୍ମଚାରୀ ମାନେ ସ୍ବତନ୍ତ୍ର ନଜର ରଖିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ABOUT THE AUTHOR

...view details