ଓଡିଶା

odisha

ETV Bharat / city

ପରିଣତ ବୟସରେ ମୁହଁ ମୋଡିଦେଲେ ପରିବାର, ଚିନ୍ତାରେ ବୟସ୍କ - senior citizens worried for negligence

ଅପର୍ଯ୍ୟାପ୍ତ ଧନ ସମ୍ପତ୍ତି, ଗାଡି ସହ ବ୍ୟାଙ୍କ୍ ବାଲାନ୍ସ। ହେଲେ ପରିଣତ ବୟସରେ ସବୁ ତୁଚ୍ଛ ପାଲଟିଛି। ସବୁ ଥାଇ ବି କେହି ନଥିବା ଭଳି ବିତାଇବାକୁ ପଡୁଛି ଏକାକୀ ଜୀବନ। ପରିବାରରେ ସମସ୍ତେ ଅଛନ୍ତି ହେଲେ କେହି ପଚାରୁ ନାହାଁନ୍ତି । ଅଧିକ ଖବର ପଢନ୍ତୁ...

ପରିଣତ ବୟସରେ ମୁହଁ ମୋଡିଦେଲେ ପରିବାର, ଚିନ୍ତାରେ ବୟସ୍କ
ପରିଣତ ବୟସରେ ମୁହଁ ମୋଡିଦେଲେ ପରିବାର, ଚିନ୍ତାରେ ବୟସ୍କ

By

Published : Oct 20, 2020, 3:31 PM IST

Updated : Oct 20, 2020, 6:36 PM IST

ବ୍ରହ୍ମପୁର: ପରିଣତ ବୟସରେ ବୟସ୍କ ନାଗରିକ ହେଉଛନ୍ତି ନାନା ହଇରାଣ ଓ ହରକତ । କାହାର ସମସ୍ତ ପ୍ରକାର ସମ୍ପତ୍ତି ଥାଇ ମଧ୍ୟ ପରିବାର ବର୍ଗ ପଚାରୁନାହାନ୍ତି ତ ଆଉ କାହାର କେହି ନଥିବାରୁ ବୃଦ୍ଧ ଅବସ୍ଥାରେ ବିତାଉଛନ୍ତି ଏକାକୀ ଜୀବନ । ଏଭଳି ସମୟରେ ଅନେକ ଶେଷ ରାସ୍ତା ଭାବରେ ପ୍ରଶାସନ ନିକଟରେ ଗୁହାରି କରିବା ଛଡା ଅନ୍ୟ କୌଣସି ବାଟ ପାଉନଥିବା ଦେଖିବାକୁ ମିଳିଛି ।

ପରିଣତ ବୟସରେ ମୁହଁ ମୋଡିଦେଲେ ପରିବାର, ଚିନ୍ତାରେ ବୟସ୍କ

ଇଏ ହେଉଛନ୍ତି ବ୍ରହ୍ମପୁର ସହର ଉପକଣ୍ଠ ଗୋବିନ୍ଦନଗରର ସୀମାଞ୍ଚଳ ସାହୁ । ପରିବାର କହିଲେ ମାଆଙ୍କ ସହିତ ସାନ ଭାଇ ନିଜ ଘରେ ରହୁଛନ୍ତି । ଏପରିକି ତିନି ଝିଅ ଏବଂ ଗୋଟିଏ ପୁଅ ରହିଛି । ହେଲେ ସମସ୍ତେ ଥାଇ ମଧ୍ୟ କେହି ପଚାରୁନଥିବାରୁ ଭଳି ଅଭିଯୋଗ କରିଛନ୍ତି ସେ । ଏପରିକି ନିଜ ପୁଅ ଠାରୁ ଆରମ୍ଭ କରି ପରିବାର ବର୍ଗଙ୍କୁ କହିବା ପରେ ମଧ୍ୟ କେହି ନପଚାରିବାରୁ ଶେଷରେ ସୀମାଞ୍ଚଳ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଆସି ଗୁହାରି କରିବା ସହିତ ଏହାର ସମାଧାନ କରିବାକୁ ଅନୁରୋଧ କରିଥିଲେ ।

ସେହିପରି ଗଞ୍ଜାମ ଜିଲ୍ଲାର ସୋରଡା ଅଞ୍ଚଳର ଗୋପିନାଥ ବିଷୋୟୀ । ଦୀର୍ଘ ବର୍ଷ ତଳେ ନିଜର ପତ୍ନୀଙ୍କ ମୃତ୍ୟୁ ପରେ ସେ ବ୍ରହ୍ମପୁର ଆସିଯାଇଥିଲେ । ଲାଞ୍ଜିପଲ୍ଲୀ ଅଞ୍ଚଳରେ ରହି ଆସୁଥିବା ଗୋପିନାଥ ଏବେ ଅନେକ କଷ୍ଟରେ ରହି ଆସୁଛନ୍ତି । କୋଭିଡ-୧୯ ପରବର୍ତ୍ତୀ ସମୟରେ ବର୍ତ୍ତମାନ ଏହି ବୟସ୍କ ନାଗରିକଙ୍କୁ ଖାଇବାକୁ ମିଳୁନଥିବା ଯୋଗୁଁ ନାନା କଷ୍ଟରେ ଜୀବନ ବିତାଉଥିବା କହିଛନ୍ତି ।

ସେପଟେ ଗତ କିଛି ଦିନ ତଳେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକର ତୁମ୍ୱା ଅଞ୍ଚଳର ଜଣେ ଚାରି ସନ୍ତାନର ବୃଦ୍ଧା ମାଆଙ୍କୁ ଯୋଡା ଆଶ୍ୱିନ ମାସ ପାଇଁ କେହି ରଖିବାକୁ ରାଜି ନହେବାରୁ ମାଆ ରାଜରାସ୍ତାରେ ବସିଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା । ସେପଟେ ଏଭଳି ଘଟଣା ବାରମ୍ୱାର ଦେଖିବାକୁ ମିଳୁଥିବାରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ ଏହାକୁ ନେଇ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବା ସହିତ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ପରିଣତ ବୟସରେ ବୟସ୍କ ନାଗରିକ ନାନା ହଇରାଣ ହରକତ ହେବା ଘଟଣା ଏବେ ବହୁ ମାତ୍ରାରେ ଦେଖିବାକୁ ମିଳିଥିବାବେଳେ ଏଥିପ୍ରତି ପ୍ରତ୍ୟେକ ପରିବାର ନିଜର ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କ ଦାୟିତ୍ୱ ନେବା ସହିତ ଏଥିପ୍ରତି ଖିଲାପ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Oct 20, 2020, 6:36 PM IST

ABOUT THE AUTHOR

...view details