ଓଡିଶା

odisha

By

Published : May 3, 2022, 2:59 PM IST

ETV Bharat / city

ବ୍ରହ୍ମପୁରରେ ଇଦ୍-ଉଲ୍-ଫିତର ପାଳିତ, ସାମୂହିକ ନମାଜ ପାଠ

ସହରରେ ପବିତ୍ର ଇଦ୍-ଉଲ୍-ଫିତର ପାଳିଛନ୍ତି ମୁସଲମାନ୍‌ ସମ୍ପ୍ରଦାୟ । ଶାନ୍ତି-ମୈତ୍ରୀ ଓ ହର୍ଷୋଲ୍ଲାସର ଏହି ପର୍ବ ପାଳିବା ପାଇଁ ଶହଶହ ମୁସଲମାନ ଭାଇ ସହରର ବ୍ୟାରେକ୍ସ ପଡିଆରେ ଏକତ୍ରିତ ହୋଇ ସାମୂହିକ ନମାଜ ପାଠ କରିଥିଲେ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁରରେ ଇଦ୍-ଉଲ୍-ଫିତର ପାଳିତ
ବ୍ରହ୍ମପୁରରେ ଇଦ୍-ଉଲ୍-ଫିତର ପାଳିତ

ବ୍ରହ୍ମପୁର: ସହରରେ ପବିତ୍ର ଇଦ୍-ଉଲ୍-ଫିତର ପାଳିଛନ୍ତି ମୁସଲମାନ୍‌ ସମ୍ପ୍ରଦାୟ । ଶାନ୍ତି-ମୈତ୍ରୀ ଓ ହର୍ଷୋଲ୍ଲାସର ଏହି ପର୍ବ ପାଳିବା ପାଇଁ ଶହଶହ ମୁସଲମାନ ଭାଇ ସହରର ବ୍ୟାରେକ୍ସ ପଡିଆରେ ଏକତ୍ରିତ ହୋଇ ସାମୂହିକ ନମାଜ ପାଠ କରିଥିଲେ । ଦୀର୍ଘ ଏକ ମାସ ଧରି ରୋଜା ପାଳନ କରି ଆସୁଥିବା ମୁସଲମାନ ଭାଇମାନେ ଗତ ଦୁଇ ବର୍ଷର କୋଭିଡ କଟକଣା ପରେ ଏହି ପର୍ବରେ ସାମୂହିକ ଭାବରେ ଏକତ୍ରିତ ହୋଇ ନମାଜ ପାଠ କରିବାର ସୁଯୋଗ ପାଇଥିଲେ ।

ବ୍ରହ୍ମପୁରରେ ଇଦ୍-ଉଲ୍-ଫିତର ପାଳିତ

ନମାଜ ପାଠ କରିବା ପରେ ପ୍ରତ୍ୟେକ ପରସ୍ପରକୁ ଆଲିଙ୍ଗନ କରି ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଥିଲେ । ଆହ୍ଲାଙ୍କ ନିକଟରେ ବିଶ୍ବ ଶାନ୍ତି ଓ ଶାନ୍ତି-ମୈତ୍ରୀ ସ୍ଥାପନ ପାଇଁ ମୁସଲମାନ ଭାଇମାନେ ଆହ୍ଲାଙ୍କ ନିକଟରେ ଦୁଆ ମାଗିଥିବା କଥା କହିଛନ୍ତି । ସେପଟେ ଇଦ୍-ଉଲ୍-ଫିତର ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।



ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details