ଓଡିଶା

odisha

ETV Bharat / city

ବିଜିପୁର ପୂଜାମଣ୍ଡପରେ ଧୂମଧାମରେ ଚାଲିଛି ନବରାତ୍ରି ପୂଜା - ବିଜିପୁର ପୂଜାମଣ୍ଡପରେ ଧୂମଧାମରେ ଚାଲିଛି ନବରାତ୍ରି ପୂଜା

ବ୍ରହ୍ମପୁର ସହରର ବିଜିପୁର ପୂଜାମଣ୍ଡପରେ ଚାଲିଛି ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ନବରାତ୍ର ପୂଜା । ପାରମ୍ପରିକ ରୀତିନୀତିରେ ମା'ଙ୍କୁ କିଭଳି ପୂଜାର୍ଚ୍ଚନା କରାଯାଉଛି ଶୁଣନ୍ତୁ ମଣ୍ଡପରେ ଥିବା ପୂଜକଙ୍କ ମୁହଁରୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Oct 1, 2019, 3:48 PM IST

ବ୍ରହ୍ମପୁର: ପାର୍ବଣର ଆଗମନରେ ଚଳଚଞ୍ଚଳ ଗାଁଠୁ ସହର । ଗୋଟିଏ ପଟେ ଦେବୀ ପୀଠରେ ମା' ଷୋଡଷ ପୂଜା ଉପଚାରରେ ପୂଜା ପାଉଥିବାବେଳେ ଅନ୍ୟପଟେ ପୂଜା ମଣ୍ଡପରେ ମା' ଦୁର୍ଗାଙ୍କ ଆଗମନ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି କ୍ରମରେ ବ୍ରହ୍ମପୁର ସହରର ବିଜିପୁର ପୂଜାମଣ୍ଡପରେ ଚାଲିଛି ଦୁର୍ଗତିନାଶିନୀ ମା' ଦୁର୍ଗାଙ୍କ ନବରାତ୍ର ପୂଜା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଚଳିତବର୍ଷ ବିଜିପୁର ପୂଜା କମିଟି ୫୭ ବର୍ଷରେ ପଦାର୍ପଣ କରିଛି । ଆଜି ନବରାତ୍ରିର ଦ୍ବିତୀୟ ଦିନରେ ମାଙ୍କ ସନ୍ଧ୍ୟା ଆଳତୀ ଦେଖିବାକୁ ପୂଜା ମଣ୍ଡପରେ ଦେଖିବାକୁ ମିଳିଥିଲା ବହୁ ଶ୍ରଦ୍ଧାଳୁଙ୍କ ସମାଗମ । ପ୍ରତ୍ୟେକ ଦିନ ମା'ଙ୍କୁ କେଉଁ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଉଛି ନେଇ ‘ଇଟିଭି ଭାରତ’ ସମ୍ବାଦଦାତା ମଣ୍ଡପରେ ଥିବା ପୂଜକଙ୍କ ସହ ଆଲୋଚନା କରିଛନ୍ତି । ଶୁଣନ୍ତୁ ଏସମ୍ପର୍କରେ କଣ କହୁଛନ୍ତି ପୂଜକ...

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details