ଓଡିଶା

odisha

ETV Bharat / city

MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର, ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ - ବିରଳ ଅସ୍ତ୍ରୋପଚାର

ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ । ଗ୍ଲାସ ପାଇଁ ମଳତ୍ୟାଗ ନ କରିପାରିବା ସହ ଅସହ୍ୟ ଯନ୍ତ୍ରଣା ଭୋଗିଥିଲେ ରୋଗୀ । ତେବେ ଏଭଳି ବିରଳ ଅସ୍ତ୍ରୋପଚାର ଗଞ୍ଜାମ ଜିଲ୍ଲା ଏମକେସିଜି ମେଡ଼ିକାଲ (MKCG Medical) ରେ କରାଯାଇଛି । ଅଧିକ ପଢନ୍ତୁ

MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର, ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ
MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର, ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ

By

Published : Aug 22, 2022, 2:19 PM IST

Updated : Aug 22, 2022, 3:29 PM IST

ବ୍ରହ୍ମପୁର:ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ୟାସ (Steel glass removed from man stomach) । ଗଞ୍ଜାମ ଜିଲ୍ଲା ଏମକେସିଜି ମେଡ଼ିକାଲ (MKCG Medical) ରେ ଏଭଳି ବିରଳ ଅସ୍ତ୍ରୋପଚାର କରିଛନ୍ତି ଡାକ୍ତର । ବୁଗୁଡ଼ା ବାଲିପଦର ଅଞ୍ଚଳର ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଏହି ଗ୍ଲାସକୁ ବାହାର କରିଛନ୍ତି ଡାକ୍ତର । ତେବେ ବ୍ୟକ୍ତିଙ୍କ ମଳଦ୍ବାରରେ କିଛି ନିଶାସକ୍ତ ବ୍ୟକ୍ତି ଜୋରଜବରଦସ୍ତ ଗ୍ଲାସକୁ ଶରୀର ମଧ୍ୟକୁ ଭର୍ତ୍ତି କରିଦେଇଥିଲେ । ଫଳରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବ୍ୟକ୍ତି । ଶେଷରେ ଅପରେସନ ଦ୍ବାରା ପେଟରୁ ଗ୍ଲାସ କାଢିବାରେ ସଫଳ ହୋଇଛନ୍ତି ଡାକ୍ତରୀ ଟିମ୍‌ ।

MKCG ମେଡିକାଲରେ ବିରଳ ଅସ୍ତ୍ରୋପଚାର, ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ

ଏହି ବ୍ୟକ୍ତି ଜଣକ ସୁରତରେ ରହି କାର୍ଯ୍ୟ କରୁଥିଲେ । ହେଲେ ସେଠାରେ ରହୁଥିବା କିଛି ମଦ୍ୟପ ବ୍ୟକ୍ତିବିଶେଷ ମାନେ ନିଶାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରି ନେଇ ଜୋର ଜବରଦସ୍ତ ମଳଦ୍ବାର ଦେଇ ଷ୍ଟିଲ ଗ୍ଲାସକୁ ଶରୀର ମଧ୍ୟକୁ ଭର୍ତ୍ତି କରିଥିଲେ । ଏହାପରେ ବ୍ୟକ୍ତି ଜଣକୁ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ସେ ଯନ୍ତ୍ରଣା ସହ୍ୟ କରିନପାରି ଟ୍ରେନ ଯୋଗେ ନିଜ ଗ୍ରାମରେ ପହଞ୍ଚିବା ପରେ ସେଠାରୁ ଏମକେସିଜି ମେଡିକାଲରେ ପହଞ୍ଚିଥିଲେ । ପ୍ରାୟ ୧୦ ଦିନ ଧରି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଗତ ୧୯ ତାରିଖରେ ମେଡିକାଲର ଶଲ୍ୟ ଚିକିତ୍ସା ବିଭାଗରେ ସେ ପହଞ୍ଚିଥିଲେ ।

ରୋଗୀ

ଏହା ବି ପଢନ୍ତୁ- ଚିକିତ୍ସା ଅବହେଳାରୁ ନାବାଳକର ମୃତ୍ୟୁ ଅଭିଯୋଗ, MKCGରେ ଉତ୍ତେଜନା

ଡାକ୍ତରୀ ଟିମ୍ X-ray ରିପୋର୍ଟରେ ପେଟରୁ ଷ୍ଟିଲ ଗ୍ଲାସ ରହିଥିବା ଦେଖିବା ପରେ ତୁରନ୍ତ ଜରୁରୀ ଅସ୍ତ୍ରପୋଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଶଲ୍ୟ ଚିକିତ୍ସା ବିଭାଗର ମୁଖ୍ୟ ପ୍ରଫେସର ଡ.ଚରଣ ପଣ୍ଡାଙ୍କ ନେତୃତ୍ବରେ ସର୍ଜରୀ ବିଭାଗର ଡାକ୍ତରୀ ଦଳ ପ୍ରାୟ ୪୦ ମିନିଟରୁ ଊର୍ଦ୍ଧ୍ବ ସମୟ ଧରି ଅସ୍ତ୍ରୋପଚାର ହୋଇଥିଲା । ପରେ ଶେଷରେ ପେଟରୁ ବାହାର କରାଯାଇଥିଲା । ବର୍ତ୍ତମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ଥିବା ବେଳେ ସେ ସୁସ୍ଥ ରହିଥିବା କୁହାଯାଇଛି ।

ପେଟ ଭିତରେ ଗ୍ଲାସ

ଏଭଳି ଘଟଣା ବିରଳ ବୋଲି କହିଛନ୍ତି ଅସ୍ତ୍ରୋପଚାର କରିଥିବା ଡାକ୍ତର । ଷ୍ଟିଲ ଗ୍ଲାସଟି ପେଟ ମଧ୍ୟରେ ରହିଥିବାରୁ ରୋଗୀ ଜଣକ ମଳ ତ୍ୟାଗ ମଧ୍ୟ କରିପାରୁନଥିଲେ । ତେବେ ବର୍ତ୍ତମାନ ସେ ସୁସ୍ଥ ରହି ଖାଦ୍ୟ ଗ୍ରହଣ କରୁଥିବା ସୂଚନା ମିଳିଛି । ଏହି ଘଟଣା ସାମନାକୁ ଆସିବା ପରେ ସାରା ରାଜ୍ୟରେ ଏ ନେଇ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 22, 2022, 3:29 PM IST

ABOUT THE AUTHOR

...view details