ଓଡିଶା

odisha

ETV Bharat / city

ବଣଭୋଜିରେ ଅଘଟଣ, ହ୍ରଦରେ ବୁଡି ଯୁବକ ମୃତ

ବଣଭୋଜି କରିବାକୁ ଯାଇ ଅଘଟଣ। ପାଣିରେ ବୁଡି ଯୁବକ ମୃତ। ଗ୍ରାମରେ ଶୋକାକୁଳ ପରିବେଶ।

By

Published : Sep 4, 2019, 10:56 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର: ବଣଭୋଜି ହେଲା ଶେଷ ଭୋଜି। ଖୁସିର ମାହୋଲରେ ଘୋଟିଗଲା ଦୁଃଖର ବାଦଲ। ଗାଧୋଇବା ସମୟରେ ବୁଡି ଯାଇ ଯୁବକ ମୃତ। ଏହି ଘଟଣାଟି ବ୍ରହ୍ମପୁରରେ ଘଟିଛି। ସହରର 3 ଜଣ ଯୁବକ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ତାମ୍ପରା ହ୍ରଦ ନିକଟକୁ ବଣଭୋଜି କରିବାକୁ ଯାଇଥିବା ସମୟରେ ଏହି ଅଘଟଣଟି ଘଟିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର


ସୂଚନା ଅନୁଯାୟୀ, ଏକ କାର ଯୋଗେ ଯାଇଥିବା 3 ଜଣ ଯୁବକ ସନ୍ଧ୍ୟା ସମୟରେ ହ୍ରଦକୁ ଗାଧୋଇବାକୁ ଯାଇ ବୁଡିଯାଇଥିଲେ। ଏହାପରେ ସ୍ଥାନୀୟ ବୋର୍ଟ କ୍ଳବର ଦୁଇ ଜଣ ଯୁବକ ତାଙ୍କୁ ଉଦ୍ଧାର କରିବା ବେଳକୁ ଚିନ୍ମୟ ସାହୁ ନାମକ ଯୁବକର ମୃତ୍ୟୁ ଘଟିଥିଲା । ପରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଶବକୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିବା ବେଳେ ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ମୃତ ଯୁବକ ଜଣଙ୍କ ବ୍ରହ୍ମପୁର ସହରର ଗାନ୍ଧୀନଗର ବୋଲି ଜଣାପଡିଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details