ବ୍ରହ୍ମପୁର: ଗତ କିଛି ଦିନ ମଧ୍ୟରେ ବ୍ରହ୍ମପୁର ସହରରେ କୋରୋନା ପଜେଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ସାରା ସହରକୁ 4 ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆଉ ଏହି ସମୟରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ୭୦ଟି ଡାକ୍ତରୀ ଟିମ୍ । ବ୍ରହ୍ମପୁରରେ କିଭଳି ଚାଲିଛି ଏହି କାର୍ଯ୍ୟ ସେନେଇ ସ୍ବାସ୍ଥ୍ୟ ବିଭାଗର ଟିମ୍ ସହିତ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ..
ବ୍ରହ୍ମପୁରରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ୭୦ ଟିମ୍ - door to door screening is going on in berhampur
ବ୍ରହ୍ମପୁରରେ କୋରୋନା ପଜେଟିଭଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ସାରା ସହରକୁ 4 ଦିନିଆ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆଉ ଏହି ସମୟରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ୭୦ଟି ଡାକ୍ତରୀ ଟିମ୍ ।
ବ୍ରହ୍ମପୁରରେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ୭୦ ଟିମ୍
ଡାକ୍ତରଙ୍କ ଉପସ୍ଥିତିରେ ୭୦ ଗୋଟି ଟିମ୍ ସହରରେ କେଉଁ ବ୍ୟକ୍ତି ବିଶେଷଙ୍କର କୋଭିଡ ସଂପର୍କିତ କଣ ଲକ୍ଷଣ ରହିଛି, ତାହାକୁ ଅନୁଧ୍ୟାନ କରିବା ସହ ଡାଇରିଆ, ଟିବି, ରକ୍ତଚାପ ଏବଂ ମଧୁମେହ ରୋଗ ରହିଛି ତାହାର ଅନୁଧ୍ୟାନ କରୁଛନ୍ତି । ବ୍ରହ୍ମପୁର ସହରରେ ୩୭ ନମ୍ବର ୱାର୍ଡର ଲାଞ୍ଜିପଲ୍ଲୀ ଚନ୍ଦନ ନଗର ଅଞ୍ଚଳରେ ଡାକ୍ତର ମିଲନ ମହାରାଥାଙ୍କ ନେତୃତ୍ତ୍ବରେ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ସ୍ବତନ୍ତ୍ର ଟିମ୍ ରେ ସ୍ଥାନୀୟ ଏ.ଏନ୍.ଏମ୍ ଠାରୁ ଆରମ୍ଭ କରି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ଜାରି ରଖିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
TAGGED:
berhampur corona update