ବ୍ରହ୍ମପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବ୍ରହ୍ମପୁର ଶାଖା ପକ୍ଷରୁ ଆରମ୍ଭ ହୋଇଯାଇଛି ମିଶନ ଆରୋଗ୍ୟ କାର୍ଯ୍ୟକ୍ରମ । କୋରୋନାକୁ ପ୍ରତିହତ କରିବା ପାଇଁ ଏବଂ ଲୋକମାନଙ୍କୁ ସଚେତନତା କରିବା ପାଇଁ ଏହି ମିଶନ ଆରୋଗ୍ୟ ମାଧ୍ୟମରେ ସାହି ସାହି ବସ୍ତି ବସ୍ତି ଯାଇ ସ୍କ୍ରିନିଂ କରିବା, ମାସ୍କ ବାଣ୍ଟିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ତେବେ ଗୋଷାଣୀନୂଆଗାଁ ସ୍ଥିତ ବସ୍ତିରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହା ସହ ସମ୍ପୂର୍ଣ୍ଣ ଜିଲ୍ଲାରେ ଥିବା ପ୍ରାୟ ୫୦ ହଜାର ପରିବାର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ଜଣାପଡ଼ିଛି । ପୂର୍ବରୁ ସାରା ରାଜ୍ୟରେ ହେଲ୍ପଲାଇନ ନମ୍ବର ମାଧ୍ୟମରେ ରୋଗୀ ମାନଙ୍କୁ ରନ୍ଧାଖାଦ୍ୟ, ଅକ୍ସିଜେନ ସିଲିଣ୍ଡର, ଶୁଖିଲା ଖାଦ୍ୟ ଆଦି ବଣ୍ଟନ କରା ହୋଇ ଆସୁଥିଲା । ତତ୍ ସହିତ ରକ୍ତର ଅଭାବକୁ ପୂରଣ କରିବା ପାଇଁ ରକ୍ତଦାନ ଶିବିର ଆରମ୍ଭ କରି ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଉଛି ।