ବ୍ରହ୍ମପୁର: କୁହନ୍ତି ମଣିଷର ଯଦି କିଏ ଅଧିକ ବିଶ୍ବସ୍ତ ଥାଏ ସେ ହେଉଛି କୁକୁର । ଅନେକ ଥର କୁକୁର ନିଜ ମାଲିକ ପ୍ରତି ତାର ବିଶ୍ବସନୀୟତାର ପ୍ରମାଣ ଦେଇଛି । ତେବେ ନିକଟରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ମାଲିକର ଦୋକାନ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଏକ ନାଗ ସାପକୁ ଘଉଡାଇବାକୁ ଯାଇ ସାପକୁ ମାରିବା ସହ ନିଜ ଜୀବନ ହାରି ଦେଇଛି କୁକୁର ।
ଘଟଣାଟି ଏପରି ଥିଲା । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଣ୍ଢା ବଜାର । ଲୋକଙ୍କ କହିବାନୁଯାୟୀ କିଛି ଦିନ ପୂର୍ବରୁ ଜଣେ ବ୍ୟକ୍ତି ନିଜ ପୋଷାକୁକୁରକୁ ଏହି ବଜାରରେ ଛାଡିଦେଇଯାଇଥିଲେ । କୁକୁରଟି ଅତି ସୁନ୍ଦ ଦେଖାଯାଉଥିବା ହେତୁ ପାଖରେ ଥିବା କିଛି ଦୋକାନୀ ଭାଇମାନେ କୁକୁରକୁ ଖୀର, ବିସ୍କୁଟ ଆଦି ଖାଇବାକୁ ଦେଉଥିଲେ । ଧିରେ ଧିରେ କୁକୁରଟି ସେଠାକାର ବିଶ୍ବସ୍ତ ହୋଇଯାଇଥିଲା । ହେଲେ ଶୁକ୍ରବାର ରଣ୍ଢା ବଜାର ପଞ୍ଚମା ରୋଡରେ ଥିବା ସନ୍ଦିପ ମୋବାଇଲ ଦୋକାନକୁ ଏକ ନାଗ ସାପ ପଶିବାକୁ ଉଦ୍ୟମ କରୁଥିଲା । ଯାହା ପୋଷା କୁକୁର ଆଖିରେ ପଡିଯାଇଥିଲା । ତତ୍କ୍ଷଣତା ବିଳମ୍ବ ନକରି କୁକୁରଟି ଧାଇଁ ଯାଇଥିଲା । ଓ ମାଲିକର ମୋବାଇଲ ଦୋକାନ ଭିତରକୁ ଯେପରି ସାପଟି ପ୍ରବେଶ ନକରିପାରେ ସେ ନେଇ କଳେ ବଳେ ପ୍ରଚେଷ୍ଟା କରିଥିଲା । ତା' ପରେ ଆରମ୍ଭ ହୋଇଥିଲା କୁକୁର-ସାପ ମଧ୍ୟରେ ଲଢେଇ ।