ଓଡିଶା

odisha

ETV Bharat / city

ଦିନକ ପରେ ଦୀପାବଳି, ଚିନ୍ତାରେ ସର୍ବବୃହତ ବାଣ ବଜାର ବ୍ୟବସାୟୀ - ଲାଟେଷ୍ଟ ଦୀପାବଳି ନ୍ୟୁଜ୍‌

ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି । ଏହି ସମୟରେ ଦକ୍ଷିଣ ଓଡିଶାର ସର୍ବବୃହତ ବାଣ ବଜାର ବ୍ରହ୍ମପୁରର ବାଲୁଙ୍କେଶ୍ବର ବାଣ ବଜାର ହୋଇପଡିଛି ଚଳଚଞ୍ଚଳ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Oct 26, 2019, 2:21 PM IST

ବ୍ରହ୍ମପୁର: ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି । ଏହି ସମୟରେ ଦକ୍ଷିଣ ଓଡିଶାର ସର୍ବବୃହତ ବାଣ ବଜାର ବ୍ରହ୍ମପୁରର ବାଲୁଙ୍କେଶ୍ବର ବାଣ ବଜାର ହୋଇପଡିଛି ଚଳଚଞ୍ଚଳ । ହେଲେ ଚଳିତବର୍ଷ ଏଠାକାର ବ୍ୟବସାୟୀମାନେ ରାଜ୍ୟ ତଥା ରାଜ୍ୟ ବାହାରୁ ବାଣ ଆଣି ବିକ୍ରି କରିବା ପାଇଁ ଗଚ୍ଛିତ କରି ରଖିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳି ନାହିଁ ଅନୁମତି । ଫଳରେ ଖୋଲି ପାରିନି ବଜାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବଜାର ଖୋଲି ପାରିନଥିବାରୁ ଚିନ୍ତାରେ ସହରର ବାଣ ବ୍ୟବସାୟୀ । ଏନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ସେପଟେ ଜିଲ୍ଲାପାଳଙ୍କ ପକ୍ଷରୁ ଅଗ୍ନିଶମ ବିଭାଗରୁ କ୍ଳିୟରରାନ୍ସ ମିଳି ସାରିଥିବାରୁ ଅନୁମତି ପ୍ରଦାନ କରାଯିବ ବୋଲି କହିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details