ଓଡିଶା

odisha

By

Published : Dec 30, 2020, 11:43 AM IST

ETV Bharat / city

ଗାଁ ଓ ସହରକୁ ସ୍ବଚ୍ଛ ରଖିବାକୁ ଆହ୍ବାନ କଲେ ଗଞ୍ଜାମ ଜିଲ୍ଲାପାଳ

ଗ୍ରାମ ଓ ସହର ଅଞ୍ଚଳକୁ କିପରି ସ୍ବଚ୍ଛ ରଖିହେବ ସେନେଇ ଗଞ୍ଜାମବାସୀଙ୍କୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଆହ୍ବାନ। ଅଧିକ ପଢନ୍ତୁ...

ସ୍ବଚ୍ଛତାକୁ ନେଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ବାର୍ତ୍ତା
ସ୍ବଚ୍ଛତାକୁ ନେଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ବାର୍ତ୍ତା

ବ୍ରହ୍ମପୁର:ପରିମଳ ଏବଂ ସ୍ବଚ୍ଛତା ସମ୍ପର୍କରେ ସଚେତନତା କରିବା ପାଇଁ ଗଞ୍ଜାମ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲାର ସମସ୍ତ ରାସ୍ତା ଏବଂ ନାଳନର୍ଦ୍ଦମା ଠାରୁ ଆରମ୍ଭ କରି ପ୍ରତ୍ୟେକ ଅଞ୍ଚଳ କିପରି ଅଳିଆ ମୁକ୍ତ ରହିବ ସେନେଇ ପ୍ରତ୍ୟେକ ଏନଏସି ଠାରୁ ଆରମ୍ଭ କରି ମ୍ୟୁନିସିପାଲଟି ଏବଂ ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ସେନେଇ କହିଛନ୍ତି।

ସ୍ବଚ୍ଛତାକୁ ନେଇ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ବାର୍ତ୍ତା

ହେଲେ ଏନଏସି ଓ ମ୍ୟୁନିସପାଲଟି କର୍ତ୍ତୁପକ୍ଷ ଓ କର୍ମଚାରୀ କେବଳ କାର୍ଯ୍ୟ କଲେ ସମଗ୍ର ଅଞ୍ଚଳ ଅଳିଆ ମୁକ୍ତ ହେବ ନାହଁ । ଅଳିଆ ମୁକ୍ତ ହେବା ପାଇଁ ନିଜ ନିଜର ଅଞ୍ଚଳକୁ କିଭଳି ସଫା କରିବେ ସେନେଇ ସମସ୍ତଙ୍କ ସହଯୋଗ ପାଇଁ ଆହ୍ବାନ କରାଯାଇଛି। ନିଜର ଘର ଏବଂ ଦୋକାନ ସମ୍ମୁଖରେ ରହିଥିବା ଅଞ୍ଚଳର 5 ମିଟର ଅଞ୍ଚଳକୁ ନିଜେ ସଫା ରଖିବା ପାଇଁ ଆହ୍ବାନ କରାଯାଇଛି ।

ପ୍ରତ୍ୟେକ ନିଜ ଘରେ ଏବଂ ଦୋକାନରେ ଝାଡୁ ରଖିବେ। ସକାଳେ ଏବଂ ସନ୍ଧ୍ୟା ବେଳେ ତଦାରଖ କରିବେ ଯେପରି ନିଜ ଅଞ୍ଚଳ ସମ୍ମୁଖରେ ଅଳିଆ ପଡିରହିବ ନାହିଁ । ନିଜ ଅଞ୍ଚଳ ଗାର୍ବେଜ ଫ୍ରି ରହିବ। ନିଜର ଅଳିଆକୁ ସଫା କରି ଡଷ୍ଟବିନରେ ରଖିବେ। ପ୍ରତ୍ୟେକ ବ୍ୟକ୍ତି ଦୁଇ ପ୍ରକାର ଡଷ୍ଟବିନ ରଖିବେ। ଗ୍ରୀନ ଡଷ୍ଟବିନରେ ଘରୁ ବାହାରୁଥିବା ଅର୍ଗାନିକ ଅଳିଆ ରଖିବା ସହିତ ବ୍ଳ୍ୟୁ ଡଷ୍ଟବିନରେ ପ୍ଲାଷ୍ଟିକ ଭଳି ଆବର୍ଜନା ରଖିବାକୁ ଆହ୍ବାନ କରାଯାଇଛି। ଏହି ଆବର୍ଜନାକୁ ଡୋର ଟୁ ଡୋର ସଂଗ୍ରହ କରୁଥିବା ଅଳିଆ ସଂଗ୍ରହ ଗାଡିକୁ ଦେବେ। ନିଜ ଅଞ୍ଚଳର 5 ମିଟର ପର୍ଯ୍ୟନ୍ତ ଅଞ୍ଚଳ ଯେପରି ନିଜେ ସଫା ରଖିବେ ଏବଂ ଅଳିଆ ରହିବନାହିଁ । ଯଦି କୌଣସି ବ୍ୟକ୍ତି ବିଶେଷ ଏହାକୁ ଖିଲାପ କରନ୍ତି ଏବଂ ନିଜ ଘର ଠାରୁ ଆରମ୍ଭ କରି ଦୋକାନ ସମ୍ମୁଖରେ ଅଳିଆ ରହିଲେ ପ୍ରଶାସନ ପକ୍ଷରୁ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଏହି ଅବସରରେ ଜିଲ୍ଲାପାଳ ପ୍ଲାଷ୍ଟିକର ବ୍ୟବହାରକୁ ନା କହିବା ସହ ପ୍ରତ୍ୟେକ ଜନସାଧାରଣ ପ୍ଲାଷ୍ଟିକ ପାଉଚ ବ୍ୟବହାର ନ କରିବା ସହିତ ବଜାରକୁ ଗଲେ ଗ୍ରାହକ ନିଜର ବ୍ୟାଗ ସାଙ୍ଗରେ ନେବା ଦୋକାନୀ ମାନେ ପେପର ବ୍ୟାଗ ଏବଂ ବିଭିନ୍ନ ଏସଏସଜି ମାନେ ପ୍ରସ୍ତୁତ କରୁଥିବା ବ୍ୟାଗ ବ୍ୟବହାର କରିବାକୁ କହିଛନ୍ତି। ଏଭଳି କାର୍ଯ୍ୟ କଲେ ହିଁ ଆମ ଜିଲ୍ଲାର ସମସ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳକୁ ଗାର୍ବେଜ ଫ୍ରି କରାଯିବା ସହିତ ଆମ ଜିଲ୍ଲାକୁ ସ୍ବଚ୍ଛ ସୁନ୍ଦର କରାଯାଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details