ଓଡିଶା

odisha

ETV Bharat / city

ବିନା ଅନୁମତିରେ ଖୋଲିଥିଲା ମଲ, ସିଲ କଲା ପ୍ରଶାସନ

ବ୍ରହ୍ମପୁର ସହରରେ ସିଟି ହସ୍ପିଟାଲ ରୋଡରେ ଖୋଲିଥିବା ଏକ ସପିଙ୍ଗ୍ ମଲକୁ ବାରମ୍ବାର ନୋଟିସ୍ ଦିଆଯିବା ପରେ ଶେଷରେ ସିଲ୍ କରିଛି ପ୍ରଶାସନ । ଅଧିକ ପଢନ୍ତୁ

By

Published : Aug 18, 2022, 9:24 AM IST

DISTRICT ADMINISTRATION SEALED SHOPPING MALL IN BERHAMPUR
ବିନା ଅନୁମତିରେ ଖୋଲିଥିଲା ମଲ, ସିଲ କଲା ପ୍ରଶାସନ

ବ୍ରହ୍ମପୁର: ବିନା ଅନୁମତିରେ ଖୋଲିଥିଲା ସପିଙ୍ଗ୍ ମଲ । ଯାହାକୁ ସିଲ କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ବ୍ରହ୍ମପୁର ସହରରେ ସିଟି ହସପିଟାଲ ରୋଡରେ ଖୋଲିଥିବା ଏକ ସପିଙ୍ଗ୍ ମଲକୁ ବାରମ୍ବାର ନୋଟିସ୍ ଦିଆଯିବା ପରେ ଶେଷରେ ସିଲ୍ କରିଛି ପ୍ରଶାସନ ।

ତେବେ ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ କହିବା କଥା କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ହେଉ ବା ଆବାସିକ ଗୃହ ନିର୍ମାଣ ପୂର୍ବରୁ ଏହାକୁ କିପରି କେଉଁ ଭଳି ବ୍ୟବହାର କରାଯିବ ତାହାର ଏକ ପ୍ଲାନ୍ ପ୍ରସ୍ତୁତ କରି ଅନୁମତି ନିଆଯାଇଥାଏ । ହେଲେ ଏହି ସପିଙ୍ଗ୍ ମଲ କ୍ଷେତ୍ରରେ ତାହାର ଉଲ୍ଲଘଂନ ହୋଇଥିବାରୁ ସରକାରଙ୍କ ଓ.ଡି ଆକ୍ଟ ନିୟମ ଅନୁଯାୟୀ ଏହାକୁ ନେଇ ପୂର୍ବରୁ ନୋଟିସ୍ ଦିଆଯାଇଥିବା ବେଳେ ଶେଷରେ ପ୍ରଶାସନ ପକ୍ଷରୁ ଏଭଳି ସିଲ୍ କରାଯାଇଥିବା କୁହାଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details