ବ୍ରହ୍ମପୁର: କୋରୋନାର ଦ୍ଵିତୀୟ ଲହରୀ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଏହାକୁ ରୋକିବା ପାଇଁ ଆନ୍ଧ୍ର-ଓଡିଶା ସୀମା ଗଞ୍ଜାମରେ ଜାରି ରହିଛି ପ୍ରଶାସନର ତନଖି ବ୍ୟବସ୍ଥା ।
ଆନ୍ଧ୍ର-ଓଡିଶା ସୀମା ଗଞ୍ଜାମରେ ଚାଲିଛି ତନଖି ବ୍ୟବସ୍ଥା ଆନ୍ଧ୍ର-ଓଡିଶା ସୀମା ଗଞ୍ଜାମରେ ଚାଲିଛି ତନଖି ବ୍ୟବସ୍ଥା ଗତ ଦୁଇ ଦିନରେ ଆନ୍ଧ୍ର-ଓଡିଶା ସୀମା ଗଞ୍ଜାମ ଦେଇ ପଶିଛନ୍ତି 2281 ପ୍ରବାସୀ । ରାଜ୍ୟରେ ଦିନକୁ ଦିନ କୋରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । କିନ୍ତୁ ଅନ୍ୟ ରାଜ୍ୟ ତଥା ଜିଲ୍ଲା ତୁଳନାରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ ରହିଛି ।
ଆନ୍ଧ୍ର-ଓଡିଶା ସୀମା ଗଞ୍ଜାମରେ ଚାଲିଛି ତନଖି ବ୍ୟବସ୍ଥା ଓଡ଼ିଶା ଓ ବାହାର ରାଜ୍ୟର ପ୍ରବାସୀମାନେ ଓଡ଼ିଶା ଓ ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ୧୬ନଂ ଜାତୀୟ ରାଜପଥ ସୋରଲ ରୋଡ଼ ଜଙ୍କସନ ଦେଇ ଓଡିଶା ସୀମାନେ ପ୍ରବେଶ କରୁଛନ୍ତି । ଏନେଇ ଗିରିସୋଲା ଦେଇ ଓଡିଶା ମଧ୍ୟକୁ ଆସୁଥିବା ପାସେଞ୍ଜର ଗାଡି ଗୁଡିକୁ ଯାଞ୍ଚ କରାଯାଉଛି ।
ସରକାର ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ଯାନବାହନ ପ୍ରବେଶ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ଚେନ୍ନାଇ ଭଳି ରାଜ୍ୟରୁ ଆସୁଥିବା ବସ୍, କାର ଓ ଅନ୍ୟ ପାସେଞ୍ଜର ଯାନବାହାନଗୁଡ଼ିକୁ ଜାତୀୟ ରାଜପଥ ସୋରଲା ରୋଡ଼ ଜଙ୍କସନ ଠାରେ ଗୋଳନ୍ଥରା ଥାନା ପୋଲିସ ଓ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ବ୍ୟାରିକେଡ୍ କରାଯାଇ ଯାଞ୍ଚ କରାଯାଉଛି।
ସୋମବାର ୮୧ ବସ୍, କାର ଓ ଅନ୍ୟ ଯାନବାହନ ଦେଇ ଯାଇଥିବା ବେଳେ ୬୯୬ ପ୍ରବାସୀ ଏବଂ ମଙ୍ଗଳବାର ୯୯୧ ପ୍ରବାସୀ ପ୍ରବେଶ କରିଥିଲେ। ସେମାନେ କେଉଁଠାରୁ ଆସିଛନ୍ତି, କେଉଁ ସ୍ଥାନକୁ ଯିବେ ଓ ପ୍ରବାସୀମାନଙ୍କ ଫୋନ ନମ୍ବର ଟିକିନିଖର ପଞ୍ଜୀକରଣ କରାଯାଉଛି ।
ଏଥିସହ ବସରେ ନିର୍ଦ୍ଧାରିତ ସିଟ୍ ସଂଖ୍ୟାରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ ସେମାନଙ୍କୁ ଅନ୍ୟ ଏକ ଗାଡ଼ିରେ ଯିବା ପାଇଁ କୁହାଯିବା ପାଇଁ ପରାମର୍ଶ ଦେବା ସହିତ ଗାଡ଼ିର ପରମିଟ, ଟ୍ୟାକ୍ସ, ଫିଟନେସ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯାଉଥିବ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ