ଓଡିଶା

odisha

ETV Bharat / city

ବିଜେଡି ଗଡରେ ନବୀନଙ୍କୁ ଚ୍ୟାଲେଞ୍ଜ, 'ଆସ କରିବା ହିସାବ' - state

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ପୁରୁଷୋତ୍ତମପୁରରେ ଆୟୋଜିତ ବିଜୟ ସଂକଳ୍ପ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବ୍ରହ୍ମପୁର

By

Published : Mar 13, 2019, 12:19 PM IST

ବ୍ରହ୍ମପୁର: 'ଦେଶର ହଳିଆ ଭାବେ କାମ କରିଚାଲିଛନ୍ତି ମୋଦି ସରକାର । ହେଲେ 20 ବର୍ଷ ଶାସନ କରି ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତିରେ ବାଧକ ହୋଇ ଠିଆ ହୋଇଛନ୍ତି । ନବୀନ ବାବୁ, ସତସାହାସ ଓ ନୈତିକତା ଅଛି ଯଦି ସ୍ଥାନ ଓ ସମୟ ନିର୍ଦ୍ଧାରଣ କରନ୍ତୁ । ଆଉ ବିତର୍କରେ ସାମିଲ ହୁଅନ୍ତୁ ରାଜ୍ୟ ବିକାଶ ପାଇଁ କଣ କରିଛନ୍ତି '। ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ପୁରୁଷୋତ୍ତମପୁରରେ ଆୟୋଜିତ ବିଜୟ ସଂକଳ୍ପ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଠାରେ ସେ ରାଜ୍ୟ ସରକାରଙ୍କ ଉପରେ ର୍ନିଦ୍ଧୁମ ବର୍ଷିବା ସହ ମୋଦି ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ବଖାଣି ପୁଣି ଥରେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ସମାବେଶରେ ଆହ୍ବାନ ଦେଇଛନ୍ତି ।

ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ 19 ବର୍ଷର ବିଫଳତା ଏବଂ ଅପାରଗତାକୁ ତୀବ୍ର ସମାଲୋଚନା କରିଛନ୍ତି । ଏଣୁ ରାଜ୍ୟରେ ପରିବର୍ତ୍ତନ ଆବଶ୍ୟକତା ଥିବା ନେଇ ଜନତାଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ । ଗତ ପାଞ୍ଚ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନାରେ ଅନେକ ପ୍ରକଳ୍ପ ପାଇଁ ଓଡିଶାକୁ କେନ୍ଦ୍ର ସରକାର ଯେତିକି ଅନୁଦାନ ରାଶି ଦେଇଛନ୍ତି । ବାଜପେୟୀ ସରକାରଙ୍କୁ ଛାଡିଦେଲେ ଅନ୍ୟ କୌଣସି ସରକାର ଏତେ ପରିମାଣର ଅନୁଦାନ ଦେଇନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ଗୋଲକ ମହାପାତ୍ର, ରାଜ୍ୟ ସମ୍ପାଦକ ବିଭୁତି ଜେନା, ବିଜେପି ଦଳର କବିସୂର୍ଯ୍ୟନଗର ମଣ୍ଡଳୀର ଯୁବନେତା ରଞ୍ଜନ ପଲେଇ, ଘୁମୁସର ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ଦାଶଙ୍କ ସମେତ ବହୁ ନେତୃବୃନ୍ଦ ମଞ୍ଚାସୀନ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ


ABOUT THE AUTHOR

...view details