ଓଡିଶା

odisha

ETV Bharat / city

ବ୍ରହ୍ମପୁରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ - devasnana

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁରରେ ପାରମ୍ପାରିକ ରୀତିନୀତି ଅନୁସାରେ ଏହି ପୂର୍ଣ୍ଣିମା ପାଳିତ ହୋଇଛି । ତିନି ଠାକୁରଙ୍କୁ ୧୦୮ କଳସି ସୁବାସିତ ଜଳରେ ସ୍ନାନ କରାଯିବା ପରେ ହାତୀ ବେଶରେ ସଜ୍ଜିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Jun 17, 2019, 8:00 PM IST

ବ୍ରହ୍ମପୁର: ଆଜି(ସୋମବାର) ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ବ୍ରହ୍ମପୁରରେ ପାରମ୍ପାରିକ ରୀତିନୀତି ଅନୁସାରେ ଏହି ପୂର୍ଣ୍ଣିମା ପାଳିତ ହୋଇଛି । ତିନି ଠାକୁରଙ୍କୁ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରାଯିବା ପରେ ହାତୀ ବେଶରେ ସଜ୍ଜିତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ଅନ୍ୟତମ ସ୍ନାନଯାତ୍ରା । ପବିତ୍ର ଦେବସ୍ନାନ ପୂର୍ଣ୍ଣମା ଅବସରରେ ଶ୍ରୀଜୀଉଙ୍କୁ ରତ୍ନବେଦୀରୁ ଅଣାଯାଇଥାଏ ସ୍ନାନମଣ୍ଡପ । ଧାଡି ପହଣ୍ଡିରେ ତିନି ଠାକୁରଙ୍କ ସମେତ ସୁଦର୍ଶନ ମହାରାଜକୁ ବିଜେ କରାଯିବା ପରେ ୧୦୮ ସୁବାଷିତ ଜଳରେ କରାଯାଇଥାଏ ମହାସ୍ନାନ ।

ବ୍ରହ୍ମପୁର ସହରର ପ୍ରମୁଖ ଜଗନ୍ନାଥ ମନ୍ଦିରରେ ସକାଳୁ ଆରମ୍ଭ ହୋଇଥିବା ଦେବସ୍ନାନ ପୂର୍ଣ୍ଣିମାରେ ଦିନ ତମାମ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ବଡ ଠାକୁର ବଳଭଦ୍ରଙ୍କୁ ତେତିଶ କଳସ, ଜଗନ୍ନାଥଙ୍କୁ ପଇଁତିରିଶ, ସୁଭଦ୍ରାଙ୍କୁ ବାଇଶି ଓ ସୁଦର୍ଶନଙ୍କୁ ଅଠର କଳସ ଜଳ ଦ୍ୱାରା ସ୍ନାନ କରାଯିବା ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା । ଯାହାକୁ ଦର୍ଶନ କରିବା ପାଇଁ ଭକ୍ତ ମାନେ ଅପେକ୍ଷା କରିଥିଲେ ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଜଗନ୍ନାଥ ମନ୍ଦିର ସମେତ କୋର୍ଟପେଟା ଜଗନ୍ନାଥ ମନ୍ଦିର, ବିଜିପୁର ଠାରୁ ଆରମ୍ଭ କରି ସାନବଜାର ଏବଂ ଆଖପାଖର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦିନ ତମାମ ଲାଗିରହିଥିଲା ଭକ୍ତଙ୍କ ଭିଡ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details