ଓଡିଶା

odisha

ETV Bharat / city

କୋରୋନା ସତ୍ତ୍ବେ ବିନା ଭକ୍ତରେ ତାରାତାରିଣୀ ପୀଠରେ ଆରମ୍ଭ ହେଲା ପାରମ୍ପରିକ ପୂଜା

ପ୍ରତିବର୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ବ୍ରହ୍ମପୁରର ପ୍ରସିଦ୍ଧ ଶକ୍ତିପୀଠ ମା' ତାରାତାରିଣୀଙ୍କ ମନ୍ଦିରରେ ଆୟୋଜିତ ହୋଇଥାଏ ମା'ଙ୍କ ଶାରଦୀୟ ପୂଜା । ଚଳିତବର୍ଷ କୋରୋନା କଟକଣା ମଧ୍ୟରେ ଶୁଭାରମ୍ଭ ହୋଇଯାଇଛି ମା'ଙ୍କ ଏହି ପାରମ୍ପରିକ ପୂଜା । ଚଳିତବର୍ଷ କୋରୋନା କଟକଣା ସତ୍ତ୍ବେ ବିନା ଭକ୍ତରେ ୪୬ ଦିନ ଧରି ପୀଠରେ ହେବ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଦେଖନ୍ତୁ ଏହି ରିପୋର୍ଟ...

By

Published : Sep 10, 2020, 7:03 PM IST

କୋରୋନା ସତ୍ତ୍ବେ ବିନା ଭକ୍ତରେ ତାରାତାରିଣୀ ପୀଠରେ ଆରମ୍ଭ ହେଲା ପାରମ୍ପରିକ ପୂଜା
କୋରୋନା ସତ୍ତ୍ବେ ବିନା ଭକ୍ତରେ ତାରାତାରିଣୀ ପୀଠରେ ଆରମ୍ଭ ହେଲା ପାରମ୍ପରିକ ପୂଜା

ବ୍ରହ୍ମପୁର: ରାଜ୍ୟର ପ୍ରମୁଖ ଶକ୍ତି ପୀଠ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା' ତାରାତାରିଣୀଙ୍କ ପୀଠ ଅନ୍ୟତମ । ପ୍ରତିବର୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ପୀଠରେ ଆୟୋଜିତ ହୋଇଥାଏ ମା'ଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା । ଜିଲ୍ଲାର ପୁରୁଷୋତ୍ତମପୁର ନିକଟବର୍ତ୍ତୀ ଋଷିକୂଲ୍ୟା ନଦୀ ତଟରେ ଥିବା ପର୍ବତ ଶିଖରରେ ପୂଜା ପାଉଥିବା ଦୁଇ ଭଉଣୀ ତାରାତାରିଣୀଙ୍କୁ ପାର୍ବଣ ଅବସରରେ ପବିତ୍ର ସପ୍ତମୀ ଦିନ ସେବାୟତ ପରିବାରର ମହିଳା ମା'ଙ୍କ ନିମନ୍ତେ ୧୦୮ ଗରା ଜଳ ନେଇ ପୀଠରେ ପହଞ୍ଚିଥାନ୍ତି । ଏହାପରେ ମହାସ୍ନାନ କରାଯାଇ ଆରମ୍ଭ ହୋଇଥାଏ ମା'ଙ୍କ ପୂଜାର୍ଚ୍ଚନା ।

କୋରୋନା ସତ୍ତ୍ବେ ବିନା ଭକ୍ତରେ ତାରାତାରିଣୀ ପୀଠରେ ଆରମ୍ଭ ହେଲା ପାରମ୍ପରିକ ପୂଜା

ଚଳିତବର୍ଷ କୋରୋନା ସଙ୍କଟ ମଧ୍ୟରେ ସରକାରୀ ଗାଇଡଲାଇନ ଅନୁଯାୟୀ ପୀଠରେ ଆରମ୍ଭ ହୋଇଛି ପାରମ୍ପରିକ ପୂଜା । କିନ୍ତୁ ଏଥର ଯୋଡା ଆଶ୍ବିନ ମାସ ଯୋଗୁଁ 46 ଦିନ ଧରି ଚାଲିବ ମା'ଙ୍କ ପୂଜାବିଧି । ଏହି ସମୟରେ ନିୟମିତ ଭାବରେ ମା'ଙ୍କ ସୂର୍ଯ୍ୟପୂଜାଠୁ ଆରମ୍ଭ କରି ପଞ୍ଚ ଉପଚାର ପୂଜା, ଷୋଡଶ ଉପଚାର ପୂଜା ଭଳି ନାନା ପୂଜାବିଧି କରାଯିବ ।

ତାରାତାରିଣୀ ପୀଠର ଅବସ୍ଥିତିର ପୌରାଣିକ ମାନ୍ୟତା ଅନୁଯାୟୀ ସତ୍ୟଯୁଗରେ ମାତା ପାର୍ବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପୃଥିବୀ ପୃଷ୍ଠରେ ପଡିଥିଲା । ଏହି ସମୟରେ ମା' ପାର୍ବତୀଙ୍କ ସ୍ତନ ଖଣ୍ଡ ଏଠାରେ ପଡିଥିଲା । ସେବେଠୁ ମା' ଦୁଇ ଭଉଣୀ ତାରାତାରିଣୀ ରୂପରେ ଏଠି ପୂଜା ପାଇ ଆସୁଥିବା ଦେଖାଯାଇଛି । ସେପଟେ ସରକାରୀ କଟକଣା ଯୋଗୁଁ ବିନା ଭକ୍ତଙ୍କ ଉପସ୍ଥିତିରେ ସମସ୍ତ ପ୍ରକାର ପୂଜା ଓ ରୀତିନୀତି ଆରମ୍ଭ ହୋଇଛି । ସାରା ବିଶ୍ବକୁ କୋରୋନା କବଳରୁ ମା' ମୁକ୍ତ କରନ୍ତୁ ଏବଂ ପୁଣି ଥରେ ଭକ୍ତ ଓ ଭଗବାନଙ୍କ ମିଳନ ହଉ, ସେ ନେଇ ପ୍ରାର୍ଥନା କରିଛନ୍ତି ସଭିଏଁ । ଅନ୍ୟପଟେ କୋରୋନା କାରଣରୁ ମା'ଙ୍କ ଏହି ପାରମ୍ପରିକ ପୂଜାର୍ଚ୍ଚନାରେ ଭକ୍ତମାନେ ସାମିଲ ହେବେ ନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ।

ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ଭାବେ ମା' ତାରାତାରିଣୀ ଘରେ ଘରେ ପରିଚିତ ଥିବାବେଳେ ମା'ଙ୍କ ନିକଟରେ ଯାହା ମାନସିକ କରାଯାଇଥାଏ, ତାହା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details