ଓଡିଶା

odisha

ଜମୁଛି ବର୍ଷା ପାଣି, ଗଡୁଛି ପଇଡ଼ ଖୋଳପା; ଡେଙ୍ଗୁ ଚିନ୍ତାରେ ବ୍ରହ୍ମପୁରବାସୀ

By

Published : Aug 4, 2021, 8:18 PM IST

ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ହେଉଥିବା ଡେଙ୍ଗୁ ସଂକ୍ରମଣ ଏବେ ଚିନ୍ତାରେ ପକାଇଛି ସହରବାସୀଙ୍କୁ । ଅନ୍ୟପଟେ ବର୍ଷାକୁ ଦୃଷ୍ଟିରେ ରଖି ମହାନଗର ନିଗମ ସଫେଇ ବ୍ୟବସ୍ଥା ସହିତ ମଶାବଂଶ ବୃଦ୍ଧି ରୋକିବା ପାଇଁ ନିଆଯାଉଛି ଅନେକ ପଦକ୍ଷେପ । ଅଧିକ ପଢନ୍ତୁ...

ଜମୁଛି ବର୍ଷା ପାଣି, ଗଡୁଛି ପଇଡ଼ ଖୋଳପା; ଡେଙ୍ଗୁ ଚିନ୍ତାରେ ବ୍ରହ୍ମପୁରବାସୀ
ଜମୁଛି ବର୍ଷା ପାଣି, ଗଡୁଛି ପଇଡ଼ ଖୋଳପା; ଡେଙ୍ଗୁ ଚିନ୍ତାରେ ବ୍ରହ୍ମପୁରବାସୀ

ବ୍ରହ୍ମପୁର: କୋଭିଡ ପରେ ଏବେ ସାରା ରାଜ୍ୟରେ ଡେଙ୍ଗୁକୁ ନେଇ ଚିନ୍ତା । ସେପଟେ ବର୍ଷାଋତୁ ଆସିବା କ୍ଷଣି ରେଶମ ସହର ବ୍ରହ୍ମପୁରବାସୀଙ୍କୁ ଘାରିଥାଏ ଡେଙ୍ଗୁ ଚିନ୍ତା । ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଯୋଗୁଁ ସେଥିରୁ ଏଡିସ୍ ମଶା ସୃଷ୍ଟି ହୋଇଥାନ୍ତି । ନିୟମିତ ନାଳ-ନର୍ଦ୍ଧମା ଗୁଡିକର ପର୍ଯ୍ୟାପ୍ତ ଭାବରେ ସଫେଇ ନହେବା ସାଙ୍ଗକୁ ଏଣେ ତେଣେ ଅଳିଆ, ଆବର୍ଜନା ଜମି ରହି ଡେଙ୍ଗୁ ବ୍ୟାପିଥାଏ । ଅନ୍ୟପଟେ ବର୍ଷାକୁ ଦୃଷ୍ଟିରେ ରଖି ମହାନଗର ନିଗମ ସଫେଇ ବ୍ୟବସ୍ଥା ସହିତ ମଶାବଂଶ ବୃଦ୍ଧି ରୋକିବା ପାଇଁ ନିଆଯାଉଛି ଅନେକ ପଦକ୍ଷେପ ।

ଜମୁଛି ବର୍ଷା ପାଣି, ଗଡୁଛି ପଇଡ଼ ଖୋଳପା; ଡେଙ୍ଗୁ ଚିନ୍ତାରେ ବ୍ରହ୍ମପୁରବାସୀ

ରେଶମ ସହର ବ୍ରହ୍ମପୁରର ବିଭିନ୍ନ ସ୍ଥାନର ଏଭଳି ଚିତ୍ରକୁ ନେଇ ଏବେ ଚିନ୍ତାରେ ସହରବାସୀ । କୋଭିଡ ପରେ ଏବେ ସାରା ରାଜ୍ୟରେ ଡେଙ୍ଗୁକୁ ମୁକାବିଲା କରିବା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥବିଭାଗ ସମସ୍ତେ ଏକପ୍ରକାର ସଜାଗ ହୋଇପଡିଥିବା ବେଳେ ବର୍ଷାଋତୁକୁ ଦେଖି ବ୍ରହ୍ମପୁରବାସୀଙ୍କୁ ଘାରିଲାଣି ଡେଙ୍ଗୁ ଚିନ୍ତା । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଠାରୁ ଆରମ୍ଭ କରି ସାହି ଓ ଗଳିରେ ରହିଥିବା ବହୁ ପୁରାତନ ନାଳନର୍ଦ୍ଧମା ଗୁଡିକ ପର୍ଯ୍ୟାପ୍ତ ଭାବରେ ସଫେଇ ହୋଇପାରୁନଥିବାରୁ ମଶାକୁ ନେଇ ସବୁବେଳେ ଚିନ୍ତାରେ ରହୁଥିବା ସହରବାସୀ ଯେପରି ବିଭିନ୍ନ ସ୍ଥାନରେ ପାଣି ଜମି ନରହିବ ଏବଂ ଏଡିସ୍ ମଶା ତା’ର ବଂଶବୃଦ୍ଧି ନକରିବ ସେଥିପାଇଁ ଅଧିକ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି । ଏପରିକି ଏଣେତେଣେ ଅଳିଆ, ଆବର୍ଜନା ଜମି ରହୁଥିବାରୁ ଏଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।
ଅନ୍ୟପଟେ ବ୍ରହ୍ମପୁର ମହାନଗର ନିଗମ ଓ ସ୍ୱାସ୍ଥବିଭାଗ ପକ୍ଷରୁ ବର୍ଷା ପୂର୍ବରୁ ସହରର ପ୍ରମୁଖ ନାଳନର୍ଦ୍ଧମା ଗୁଡିକର ମାଟିକୁ ବାହାର କରିବା ସହିତ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି । ପରିମଳ ସ୍ଥିତି ବିଗିଡ଼ିଲେ ସହରରେ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେବ । ତେଣୁ, ନାଳ-ନର୍ଦ୍ଧମା ଗୁଡିକର ସଫେଇ ସମେତ ଆବର୍ଜନା ପଡ଼ି ରହୁଥିବା ସ୍ଥାନ ଗୁଡ଼ିକରୁ ନିୟମିତ ଆବର୍ଜନା ଉଠାଇ ସଫା କରିବା ଦିଗରେ ଗୁରୁତ୍ବ ଦିଆଯାଉଛି । ସେପଟେ ମଶାଙ୍କ ଉପଦ୍ରବରୁ ସହରବାସୀ ରକ୍ଷା କରିବା ପାଇଁ ସାମୟିକ ଉପଚାର ଭାବେ, ନିଗମ କର୍ତ୍ତୃପକ୍ଷ ବିଭିନ୍ନ ପାଣି ଜମିଥିବା ସ୍ଥାନ ଠାରୁ ଆରମ୍ଭ କରି ନାଳ-ନର୍ଦ୍ଧମାରେ ନିୟମିତ ଭାବରେ ମଶା ଔଷଧ ପକାଉଥିବା ଦେଖାଯାଇଛି ।

ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ୨୦୧୨ ମସିହାରେ ଡେଙ୍ଗୁ ବ୍ୟାପିବା ସହ ସାରା ଜିଲ୍ଲାରେ ୫୩୩ ଡେଙ୍ଗୁ ପଜେଟିଭ୍ ରୋଗୀ ଚିହ୍ନଟ ହୋଇଥିଲେ। ସେହିପରି ଗତ ୨୦୧୮ରେ ୧୫୫ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦୧୯ରେ ୩୦୭ ଜଣ ଚିହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡେ । ଗୋଟିଏ ସ୍ଥାନରେ ୭ ଦିନରୁ ଅଧିକ ସମୟ ଧରି ବର୍ଷା ପାଣି ଜମି ରହିଲେ ସେଠାରେ ଡେଙ୍ଗୁ ସୃଷ୍ଟିକାରୀ ଏଡିଶ୍ ମଶାର ଲାଭା ଜନ୍ମ ନେବାର ଅଧିକ ସମ୍ଭାବନା ରହିଥାଏ । ଏଣୁ ସମସ୍ତେ ଆଖପାଖ ସଫାସୁତରା ରଖିବା ସହିତ ନିଜେ ସତର୍କ ରହିବାର ଆବଶ୍ୟକତା ରହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details