ବ୍ରହ୍ମପୁର:ଗୋପାଳପୁର ବନ୍ଦର ଶ୍ରମିକଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଦାବି କରିଛି ପୋର୍ଟ ସୁପରଭାଇଜର ୟୁନିୟନ ଏବଂ ଏଆଇଟିୟୁସି । ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଆନ୍ଦୋଳନକୁ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ।
2006 ମସିହାରୁ ଶ୍ରମିକମାନଙ୍କ ନାମ ପଞ୍ଜିକୃତ ହୋଇଛି । ଗୋପାଳପୁର ପୋର୍ଟ ସ୍ଥାପନ ହେବା ଦିନରୁ ହିଁ ୟୁନିୟନର ଲୋକେ କାମ କରୁଛନ୍ତି । 2015ମସିହାରେ ଗୋପାଳପୁର ବନ୍ଦର ସବୁ ଦିନିଆ ବନ୍ଦର ହୋଇଥିଲା । ଫଳରେ ଶ୍ରମିକମାନଙ୍କୁ କାର୍ଯ୍ୟ ମିଳିବା ନେଇ ନୂଆ ଆଶା ମିଳିଥିଲା । ହେଲେ ସେ ଆଶା ଆଶାରେ ହିଁ ରହିଯାଇଛି । ବର୍ତ୍ତମାନ ସୁଦ୍ଧା ୟୁନିୟନର ସମସ୍ତ କର୍ମକର୍ତ୍ତାଙ୍କୁ କାମ ମିଳିନାହିଁ । 2016ରୁ ଆଜି ଯାଏଁ ଦୁଇ ହଜାରରୁ ଅଧିକ କର୍ମଚାରୀଙ୍କୁ ଏବେ ସୁଦ୍ଧା କାମ ମିଳିନାହିଁ ।