ଓଡିଶା

odisha

ETV Bharat / city

ଗୋଳନ୍ଥରାରେ ହାଜତ ମୃତ୍ୟୁ ଅଭିଯୋଗ, ପୋଲିସକୁ ଦାୟୀ କଲେ ପରିବାର

ବିଚାରାଧୀନ ଅନ୍ତେବାସୀର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ବିଚାରାଧୀନ ଅନ୍ତେବାସୀ ମୃତ୍ୟୁଙ୍କ ମୃତ୍ୟୁ:ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜୀବନ ଯାଇଥିବା ଅଭିଯୋଗ ଆଣିଲେ ପରିବାର
ବିଚାରାଧୀନ ଅନ୍ତେବାସୀ ମୃତ୍ୟୁଙ୍କ ମୃତ୍ୟୁ:ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜୀବନ ଯାଇଥିବା ଅଭିଯୋଗ ଆଣିଲେ ପରିବାର

By

Published : Jun 4, 2022, 9:52 AM IST

Updated : Jun 4, 2022, 10:02 AM IST

ବ୍ରହ୍ମପୁର: ବିଚାରଧିନ ଅନ୍ତେବାସୀର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସୂଚନା ଅନୁସାରେ,ବ୍ରହ୍ମପୁର ମଣ୍ଡଳ କାରାଗାରର ବିଚାରାଧୀନ ଅନ୍ତେବାସୀ ମିଟୁ ବେହେରାଙ୍କୁ ଗତ ଏକ ତାରିଖ ଦିନ ଚୋରା ମଦ କାରବାର ଅଭିଯୋଗରେ ଗିରଫ ପରେ ମଣ୍ଡଳ କାରାଗାରକୁ ପଠାଇ ଦେଇଥିଲେ କୋର୍ଟ । ହେଲେ ମଣ୍ଡଳ କାରାଗାରରେ ଅସୁସ୍ଥ ହୋଇ ଥିବାରୁ ମିଟୁକୁ ଶୁକ୍ରବାର ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା କୁହାଯାଇଛି ।

ବିଚାରାଧୀନ ଅନ୍ତେବାସୀ ମୃତ୍ୟୁଙ୍କ ମୃତ୍ୟୁ:ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜୀବନ ଯାଇଥିବା ଅଭିଯୋଗ ଆଣିଲେ ପରିବାର

ଗୋଳନ୍ଥରା ଥାନା ପୋଲିସ ତାଙ୍କୁ ଗିରଫ କରି ମାଡ ମାରିବା ପରେ କୋର୍ଟ ଚାଲାଣ କରି ମଣ୍ଡଳ କାରାଗାରକୁ ପଠାଇ ଦେଇଥିଲା । ଯାହାକୁ ନେଇ ତାଙ୍କର ଏଭଳି ଅସ୍ବାଭାବିକ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଚଳିତ ସପ୍ତାହରେ ତିନି ଦିନ ପୂର୍ବରୁ ବ୍ରହ୍ମପୁର ମଣ୍ଡଳ ଜେଲରେ ଅନ୍ୟ ଜଣେ ବିଚାରାଧୀନ ଅନ୍ତେବାସୀଙ୍କ ମଧ୍ୟ ମଦ ବିକ୍ରି ଅଭିଯୋଗରେ ଗିରଫ ଜେଲରେ ଥିବା ବେଳେ ମୃତ୍ୟୁ ଘଟିଥିଲା । ସେପଟେ ଏହି ଘଟଣାରେ ପୋଲିସ କି ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାର ଉପଯୁକ୍ତ ତଦନ୍ତ ସହ ପରିବାର ବର୍ଗ ନ୍ୟାୟ ଦାବି କରିଛନ୍ତି ।

ଇଟିଭି ଭାରତ,ବ୍ରହ୍ମପୁର

Last Updated : Jun 4, 2022, 10:02 AM IST

ABOUT THE AUTHOR

...view details