ଓଡିଶା

odisha

ETV Bharat / city

ରେଳଧାରଣା ନିକଟରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ - Deadbody of computer lecture

ରେଳଧାରଣା ନିକଟରୁ ବ୍ରହ୍ମପୁରର ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ କମ୍ପ୍ୟୁଟର ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର। ପରିବାରବର୍ଗଙ୍କ ହତ୍ୟା ସନ୍ଦେହ। ପୋଲିସର ଛାନଭିନ ଆରମ୍ଭ। ଅଧିକ ଖବର ପଢନ୍ତୁ...

_railway track
ରେଳଧାରଣା ନିକଟରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Feb 4, 2020, 9:58 PM IST

ବ୍ରହ୍ମପୁର: ରେଳଧାରଣା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଏପରି ଅଘଟଣ ବ୍ରହ୍ମପୁର ସହରରେ ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ବ୍ରହ୍ମପୁରର ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ କମ୍ପ୍ୟୁଟର ଅଧ୍ୟାପକ ଭୁବନେଶ୍ବର ନାୟକ (୨୭)। ତାଙ୍କର ମୃତଦେହ ରେଳଧାରଣା ନିକଟରୁ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ମୃତ ଭୁବନେଶ୍ବରଙ୍କ ବାପା ଗଣପତି ନାୟକ ଖଲ୍ଲିକୋଟ ସ୍ବୟଂଶାସିତ କଲେଜର ମହିଳା ହଷ୍ଟେଲରେ ଚୌକିଦାର ଭାବେ କାର୍ଯ୍ୟରତ। ଏହାସହ ଗଣପତି ନିଜ ପରିବାର ସହ ହଷ୍ଟେଲ ପରିସରରେ ରହି ଆସୁଥିଲେ।

ଗତକାଲି ରାତି ୯ଟା ସମୟରେ ଗଣପତି ନିଜ ପୁଅ ଭୁବନେଶ୍ବରକୁ ଏଟିଏମକୁ ଟଙ୍କା ପାଇଁ ପଠାଇଥିଲେ। ହେଲେ ଘରକୁ ଫେରିବାକୁ ବିଳମ୍ବ ହେବାରୁ ସେ ଘରକୁ ଫୋନ କରି କିଛି ସମୟ ପରେ ଯାଉଛି ବୋଲି କହିଥିଲେ। ହେଲେ ସାରା ରାତି ଫୋନ କଲା ପରେ ମଧ୍ୟ କେହି ଉଠାଇ ନଥିବାବେଳେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ରେଳଧାରଣା ନିକଟରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଖବର ପାଇବା ପରେ ରେଳବାଇ ପୁଲିସ ଓ ବୈଦ୍ୟନାଥପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ନିକଟରୁ ଏକାଧିକ ମଦ ବୋତଲ ପଡିଥିବା ବେଳେ ଅନ୍ୟପଟେ ପରିବାରବର୍ଗ ଭୁବନେଶ୍ବରଙ୍କୁ ହତ୍ୟାକରି ଏଠାରେ ଫିଙ୍ଗି ଦିଆଯାଇଛି ଅଭିଯୋଗ କରିଛନ୍ତି। ସେପଟେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପରେ ଏହାର ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details