ବ୍ରହ୍ମପୁର : ଶାରଦୀୟ ପୂଜାକୁ ନେଇ ସବୁଠି ଉତ୍ସବ ମୁଖର । କେଉଁଠି ମାଆଙ୍କୁ ପୂଜା ମଣ୍ଡପରେ ପାରମ୍ପାରିକ ରୀତୀନୀତିରେ କରାଯାଉଛି ପୁଜାର୍ଚ୍ଚନା ତ ଆଉ କେଉଁଠି ଚାଲିଛି ସାଂସ୍କୃତିକ କାର୍ଯ୍ୟକ୍ରମ ।
ଦଶହରା ଫିଭର: ଦାଣ୍ଡିଆରେ ଦୁଲୁକୁଛି ବ୍ରହ୍ମପୁର - ଦାଣ୍ଡିଆ ନୃତ୍ୟ
ଦଶହରା ଅବସରରେ ରେଶମ ସହର ବ୍ରହ୍ମପୁର ଉତ୍ସବମୁଖର ହୋଇଉଠିଛି । ଦଶହରାରେ ପ୍ରସିଦ୍ଧ ଦାଣ୍ଡିଆ ନୃତ୍ୟ ସହ ଡିଜେର ତାଳେ ତାଳେ ନାଚି ଉଠିଛନ୍ତି ସହରବାସୀ ।
ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର
ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି ଦାଣ୍ଡିଆ ନୃତ୍ୟ । ମୁଖ୍ୟତଃ ପୁଜା ସମୟରେ ଦାଣ୍ଡିଆ ନୃତ୍ୟର ରହିଥାଏ ଅନ୍ୟତମ ଆକର୍ଷଣ । ଏଣୁ ଏହି ଅବସରରେ ରେଶମ ସହର ବ୍ରହ୍ମପୁରରେ ବିଭିନ୍ନ ସ୍ଥାନରେ ଡିଜେର ତାଳେ ତାଳେ ଦାଣ୍ଡିଆ ନୃତ୍ୟରେ ଝୁମିଛନ୍ତି ସହରବାସୀ । ପରିବାର ଠାରୁ ଆରମ୍ଭ କରି ସାଙ୍ଗସାଥୀ ମିଳିତ ଭାବରେ ଦାଣ୍ଡିଆ ନୃତ୍ୟର ମଜ୍ଜା ନେଉଥିବା ଦେଖାଯାଇଛି । ସହରର ସଂସ୍କୃତି ଭବନ ପରିସରରେ ସେଲିବ୍ରେସନ ପକ୍ଷରୁ ଦାଣ୍ଡିଆ ନୃତ୍ୟ ଆୟୋଜିତ ହୋଇଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ