ବ୍ରହ୍ମପୁର: ସହରର ଜଣେ ଦୁଗ୍ଧ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । କୋରୋନା କଟକଣା ପାଇଁ ସରକାର ରାଜ୍ୟର 11ଟି ଜିଲ୍ଲାକୁ ଜୁନ ମାସରେ ସପ୍ତାହର 2 ଦିନକୁ ସଟଡାଉନ ଘୋଷଣା କରିଛନ୍ତି । ଯାହାର ସୁଯୋଗ ନେଇ ଏଭଳି ଏକ ହତ୍ୟାକାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ ।
ଶନିବାର ବିଳମ୍ବିତ ରାତିରେ ବ୍ରହ୍ମପୁର ସହର ହିଲିଟିପାଟଣା ଅଞ୍ଚଳର ଜଣାଶୁଣା ଦୁଗ୍ଧ ବ୍ୟବସାୟୀ ଲମ୍ୱୋଦର ମୁନିଙ୍କ ଘରେ କିଛି ଦୁର୍ବୃତ୍ତ ଡକାୟତି ଉଦ୍ୟମରେ ପଶିଥିଲେ । ଏହା ପରେ ଦୁର୍ବୃତ୍ତମାନେ ତାଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ ତଦନ୍ତରୁ ଲୁଟ ପରେ ହତ୍ୟା କରାଯାଇଥିବା କୁହାଯାଉଛି । ଘଟଣାସ୍ଥଳରେ ଖୋଦ୍ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସମେତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି ।
ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ଖୋଳତାଡ କରୁଥିବା ବେଳେ ନିକଟରେ ରହିଥିବା ସିସିଟିଭି ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଇଛି । ତେବେ ମାମଲାର ସତ୍ୟତା ଜାଣିବାକୁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।