ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ(Berhampur Municipal Corporation (BeMC) ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି। ଡ. ସବିତା ସୁଆର ହେଲେ ବିଜେପିର ବ୍ରହ୍ମପୁର ମହାନଗର ନିଗମ ମେୟର ପ୍ରାର୍ଥୀ। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭାରତୀୟ ଜନତା ପାର୍ଟି ତରଫରୁ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ମେୟର ପ୍ରାର୍ଥୀ ଭାବେ ଡ. ସବିତା ସୁଆରଙ୍କ ନାମ ଘୋଷଣା ହୋଇଛି । ଏ ନେଇ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି ।
Mayor Race: ଡ. ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ - ଡ. ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ
ବ୍ରହ୍ମପୁର ମହାନଗର ନିଗମ(Berhampur Municipal Corporation (BeMC)ପାଇଁ ବିଜେପିର ମେୟର ପ୍ରାର୍ଥୀ ହୋଇଛନ୍ତି ଡ. ସବିତା ସୁଆର । ଅଧିକ ପଢନ୍ତୁ
![Mayor Race: ଡ. ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ Mayor Race: ଡ. ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ](https://etvbharatimages.akamaized.net/etvbharat/prod-images/768-512-14657592-thumbnail-3x2-bgt.jpg)
Mayor Race: ଡ. ସବିତା ସୁଆର ବିଜେପିର ବ୍ରହ୍ମପୁର ମେୟର ପ୍ରାର୍ଥୀ
ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ବ୍ରହ୍ମପୁର ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ଥର ପାଇଁ ଭୋଟରମାନେ ପ୍ରତ୍ୟକ୍ଷ ଭାବେ ମେୟରଙ୍କୁ ନିର୍ବାଚିତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ଓ କାର୍ଯ୍ୟଶୈଳୀ ତାଙ୍କୁ ବେଶ ପ୍ରଭାବିତ କରିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ଡ.ସବିତା ସୁଆର ଦଳକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ
TAGGED:
BEMC election 2022