ବ୍ରହ୍ମପୁର: ଧ୍ବଂସର ତାଣ୍ଡବ ଖେଳାଇ ଦେଇଛି ବାତ୍ୟା ଫନି। ବାତ୍ୟା ଛାଡି ଯିବା ପରେ ସବୁଠି କ୍ଷୟକ୍ଷତି ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପୁରୀ ଜିଲ୍ଲାରେ ଅନେକ କିଛି କ୍ଷୟକ୍ଷତି ହୋଇଛି । ଅଁଳାକୁଦା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଯାଇଛି । ଚଳିତଥରର ବାତ୍ୟାର କ୍ଷୟକ୍ଷତି ପରେ ଚିଲିକା କୂଳରେ ରହିଥିବା ଏହି କ୍ଷତିଗ୍ରସ୍ତ ଗ୍ରାମବାସୀ ଏକ ଆଶ୍ରୟସ୍ଥଳୀ ପାଇଁ ଦାବି କରିଛନ୍ତି।
ବାତ୍ୟା ଆଶ୍ରୟସ୍ଥଳୀ ପାଇଁ କ୍ଷତିଗ୍ରସ୍ତ ଅଁଳାକୁଦା ଗ୍ରାମବାସୀଙ୍କ ଦାବି - fani
ଧ୍ବଂସର ତାଣ୍ଡବ ଖେଳାଇ ଚାଲିଯାଇଛି ବାତ୍ୟା ଫନି। ଏହାର ପ୍ରଭାବରେ ପୁରୀ ଜିଲ୍ଲାରେ ଅନେକ କିଛି କ୍ଷୟକ୍ଷତି ହୋଇଛି । ଯେଉଁଥିପାଇଁ ହନ୍ତସନ୍ତ ହେଉଛନ୍ତି ସ୍ଥାନୀୟ ଲୋକେ ।
![ବାତ୍ୟା ଆଶ୍ରୟସ୍ଥଳୀ ପାଇଁ କ୍ଷତିଗ୍ରସ୍ତ ଅଁଳାକୁଦା ଗ୍ରାମବାସୀଙ୍କ ଦାବି](https://etvbharatimages.akamaized.net/etvbharat/prod-images/768-512-3201200-thumbnail-3x2-fanijpg.jpg)
ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର
ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର
ଏପରିକି ଚିଲିକା କୂଳରେ ବାତ୍ୟା ସମୟରେ ଗୋଲକ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି ଗ୍ରାମବାସୀ। ଚିଲିକାରେ ଡଙ୍ଗା ବାନ୍ଧୁଥିବା ସମୟରେ ଡଙ୍ଗାରେ ପିଟି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ କିଭଳି ରହିଥିଲା ଫନି ବାତ୍ୟାର ପ୍ରଭାବ ଓ କ'ଣ ରହିଛି କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ଦୁଃଖ ଓ ଦାବି ସେନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ