ଓଡିଶା

odisha

Cyclone Alert: ଘୋଡାହାଡ ନଦୀ ତଳିଆ ଗ୍ରାମକୁ ସତର୍କ ସୂଚନା

By

Published : May 7, 2022, 7:12 AM IST

ଦକ୍ଷିଣ-ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଘୋଡାହାଡ ନଦୀ ତଳିଆ ଗ୍ରାମକୁ ସତର୍କ ସୂଚନା ଜାରି କରାଯାଇଛି । ଅଧିକ ପଢନ୍ତୁ

Cyclone Alert: ଘୋଡାହାଡ ନଦୀ ତଳିଆ ଗ୍ରାମକୁ ସତର୍କ ସୂଚନା
Cyclone Alert: ଘୋଡାହାଡ ନଦୀ ତଳିଆ ଗ୍ରାମକୁ ସତର୍କ ସୂଚନା

ବ୍ରହ୍ମପୁର:ଦକ୍ଷିଣ-ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ଘୋଡାହାଡ ନଦୀ ତଳିଆ ଗ୍ରାମକୁ ସତର୍କ ସୂଚନା ଜାରି କରାଯାଇଛି । ବର୍ଷା ଓ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ଘୋଡାହଡ ଜଳସେଚନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ନଦୀ ତଳିଆ ଗ୍ରାମକୁ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନାଅନୁସାରେ, ସୃଷ୍ଟ ହୋଇଥିବା ଘୂର୍ଣ୍ଣିବଳୟ ଆଜି ଅବପାତର ରୂପ ନେବ । ଅବପାତର ରୂପ ନେଇ ତାହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳ ଆଡକୁ ମୁହାଁଇବ । ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ 10 ତାରିଖ ପର୍ଯ୍ୟନ୍ତ ତାହା ଉପକୂଳ ଠାରୁ ପାଖାପାଖି 250 ରୁ 300 କିମି ଦୂରରେ ରହିଥିବ । ତେବେ 10 ତାରିଖ ଦିନ ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ବାତ୍ୟା କେଉଁ ଦିଗରେ ଗତି କରିବ ଏବଂ ଏହା କେଉଁଠାରେ ଲ୍ୟାଣ୍ଡଫଲ କରିବ ତାହା ଆକଳନ କରାଯାଇପାରୁ ନାହିଁ । ତେବେ ଏନେଇ ରାଜ୍ୟ ସରକାର ୧୮ଟି ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ଯୁଦ୍ଧକାଳୀନ ଭିତ୍ତିରେ ବାତ୍ୟାର ମୁକାବିଲା ନେଇ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ବ୍ଳକ ଖମ୍ବାରି ଗାଁ ନିକଟରେ ରହିଥିବା ଘୋଡାହାଡ ଡ଼୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବାବେଳେ ବର୍ତ୍ତମାନ ଜଳଧାରଣ କ୍ଷମତାର ୯୧ ପ୍ରତିଶତ ଅଥବା ୧୧୬.୮୭ ମିଟରରେ ରହିଛି । ଏଣୁ ଏହାର ପ୍ରଭାବରେ ଯଦି ବର୍ଷା ଲାଗି ରହେ ଡ଼୍ୟାମର ଉପର ମୁଣ୍ଡର ବନ୍ୟାଜଳ ଘୋଡାହଡ ଜଳଭଣ୍ଡାର ମଧ୍ୟରେ ପ୍ରବେଶ କରିବା ସହ ଶତ ପ୍ରତିଶତ ବୃଦ୍ଧି ଘଟିବାର ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଯେ କୈଣସି ମୂହୁର୍ତ୍ତରେ ଜଳଭଣ୍ଡାରରୁ ଜଳ ନଦୀକୁ ଛଡାଯିବ ବୋଲି ଜଳସେଚନ ବିଭାଗ କାର୍ଯ୍ୟାଳୟ ଉପନିର୍ବାହୀ ଯନ୍ତ୍ରୀ ଇଂ. ଏ.ଗୋପାଳ ରାଓ ସତର୍କ ସୂଚନା କରିଛନ୍ତି ।

ଏନେଇ ଘୋଡାହାଡ ନଦୀ ତଟବର୍ତ୍ତୀ ଅଞ୍ଚଳ ସେବକ, ଟିକରପଡ଼ା, ଗୋଲଣ୍ଡା, ବୋରିପଦର, ମଧୁବନ, ପେଣ୍ଠା, ନୁଆଗଡ, କଇଠଖଣ୍ଡି, ତଲାସିଙ୍ଗି, ଗୁମ୍ମା, ଜକମରିପଲ୍ଲି, ଜଲମରିପଲ୍ଲି, ମଳାଭଣଜା, ଖୁଲୁଡି, ତିଳେଶ୍ୱର, ନୂଆଗଡ, ଲୁଣିଲାଠି, ଆମ୍ବଗାଁ, ଜଲମରା, ମହାନଳା, ପାଟପୁର, ପଳାସପୁର, ଭୋଇପଲ୍ଲି, ପନାଡ ପ୍ରଭୃତି ଗ୍ରାମଗୁଡିକରେ ଘୋଡାହାଡ ଉପଖଣ୍ଡ ଜଳସେଚନ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ନଦୀ ମଧ୍ୟକୁ କୌଣସି ବ୍ୟକ୍ତି ଗାଧୋଇବା କିମ୍ବା ଶୌଚ ପାଇଁ ଯିବାକୁ ବାରଣ କରାଯାଇଛି । ଏପରିକି ଗୃହପାଳିତ ପଶୁମାନଙ୍କୁ ନଦୀ ମଧ୍ୟକୁ ନଛାଡିବା ପାଇଁ ସତର୍କ ସୂଚନା ଜାରି କରାଯାଇଥିବା ନେଇ ସହକାରୀ ଯନ୍ତ୍ରୀ ଇଂ. ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details