ଓଡିଶା

odisha

ETV Bharat / city

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ - cpim strike

ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ । ଅସ୍ୱାଭାବିକ ଦର ବୃଦ୍ଧି ଗ୍ରାହକ ହନ୍ତସନ୍ତ ହେଉଥିବା ଅଭିଯୋଗ କଲା ଦଳ । ଅଧିକ ପଢନ୍ତୁ....

cpim protest in behrampur
ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ

By

Published : Oct 4, 2020, 10:19 AM IST

ବ୍ରହ୍ମପୁର:ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରିବା ଦାବି ନେଇ ସିପିଆଇଏମ ପକ୍ଷରୁ ବ୍ରହ୍ମପୁର କମାପଲ୍ଲୀ ଛକରେ ପ୍ରତିବାଦ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କୋରୋନା ମହାମାରୀ ସମୟରେ ଜନଜୀବନ ଏକ ପ୍ରକାର ବିପର୍ଯ୍ୟୟ ହୋଇପଡିଥିବା ବେଳେ ବିଜୁଳି ଟିକସ ବୃଦ୍ଧି ଲୋକଙ୍କୁ ଏକ ପ୍ରକାର ଦାଉ ସାଧିଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ନିୟମିତ ଭାବରେ ଅସ୍ୱାଭାବିକ ଭାବେ ପେଟ୍ରୋଲ ଡିଜେଲର ଦରବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦର ବୃଦ୍ଧିରେ ଲୋକେ ସନ୍ତୁଳିତ ହୋଇଥିବା ବେଳେ ପୁଣି ଅହେତୁକ ବିଜୁଳି ଟିକସ ବୃଦ୍ଧି ସମ୍ପୂର୍ଣ ଜନବିରୋଧୀ ଓ ଅଗଣତାନ୍ତ୍ରିକ ବୋଲି କୁହାଯାଇଛି ।

ବଡ ବଡ ଘରୋଇ କମ୍ପାନୀ ଗୁଡିକୁ ବିଜୁଳି ଶୁଳ୍କ ବାବଦକୁ ବକେୟା ରହିଥିବା କୋଟି କୋଟି ଟଙ୍କା ଛାଡ କରାଯାଉଛି । ଅଥଚ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଅସହ୍ୟ ଟିକସ ବୃଦ୍ଧିକୁ ନେଇ ଦୃଢ ସମାଲୋଚନା କରାଯାଇଛି । ଏପରିକି ସାଉଥକୋକୁ ଟାଟା କମ୍ପାନୀ ହାତରେ ସମର୍ପଣ କରି ଖାଉଟି ଶୋଷଣ ପ୍ରକ୍ରିୟାକୁ ଦୃଢ଼ୀଭୂତ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି । ବିଦ୍ୟୁତ ଭଳି ଏକ ଅତ୍ୟାବଶ୍ୟକୀୟ ସେବାକୁ ଘରୋଇକରଣ କରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ବିଦ୍ୟୁତ ଆଇନ ୨୦୨୦ର ସଂଶୋଧନ କରାଯାଇଛି ବୋଲି ଦଳ ବିରୋଧ କରିଛି । ତୁରନ୍ତ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରି ଘରୋଇକରଣ ପ୍ରକ୍ରିୟାରୁ ନିବୃତ ରହିବାକୁ ଦାବି କରାଯାଇଥିଲା । ଏଥିରେ ସିପିଆଇଏମ ନେତାଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details