ଓଡିଶା

odisha

କୋରୋନା ଟିକା ଅଭାବ, ବ୍ରହ୍ମପୁର ସହ ବିଭିନ୍ନ ସ୍ଥାନରେ ଟୀକାକରଣ ବନ୍ଦ

By

Published : Apr 6, 2021, 8:47 PM IST

ବ୍ରହ୍ମପୁର ସହର ସମେତ ଗଞ୍ଜାମର ବିଭିନ୍ନ କେନ୍ଦ୍ରରେ ବନ୍ଦ ହେଲା ଟୀକାକରଣ। ଗଞ୍ଜାମ ଜିଲ୍ଲାକୁ ମଧ୍ୟ ଆବଶ୍ୟକ ସଂଖ୍ୟକ କୋଭିଡ ଟିକା ଆସିପାରିନାହିଁ। ଅଧିକ ପଢ଼ନ୍ତୁ....

କୋରୋନା ଟିକା ଅଭାବ, ବ୍ରହ୍ମପୁର ସହ ବିଭିନ୍ନ ସ୍ଥାନରେ ଟୀକାକରଣ ବନ୍ଦ
କୋରୋନା ଟିକା ଅଭାବ, ବ୍ରହ୍ମପୁର ସହ ବିଭିନ୍ନ ସ୍ଥାନରେ ଟୀକାକରଣ ବନ୍ଦ

ବ୍ରହ୍ମପୁର:ବ୍ରହ୍ମପୁର ସହର ସମେତ ଗଞ୍ଜାମର ବିଭିନ୍ନ କେନ୍ଦ୍ରରେ ବନ୍ଦ ହେଲା ଟୀକାକରଣ। ରାଜ୍ୟର ବିଭିନ୍ନ ସ୍ଥାନରେ କୋରୋନା ଟିକାର ଅଭାବ ରହିଛି। ଗଞ୍ଜାମ ଜିଲ୍ଲାକୁ ମଧ୍ୟ ଆବଶ୍ୟକ ସଂଖ୍ୟକ କୋଭିଡ ଟିକା ଆସିପାରିନାହିଁ। ଫଳରେ ବିଭିନ୍ନ ଥିବା ଯୋଗୁଁ ବ୍ରହ୍ମପୁର ସହର ସମେତ ଗଞ୍ଜାମର ବିଭିନ୍ନ କେନ୍ଦ୍ରରେ ଟୀକାକରଣ ବନ୍ଦ ରହିଛି ।

କୋରୋନା ଟିକା ଅଭାବ, ବ୍ରହ୍ମପୁର ସହ ବିଭିନ୍ନ ସ୍ଥାନରେ ଟୀକାକରଣ ବନ୍ଦ

ମାର୍ଚ୍ଚ 31 ତାରିଖରେ ଗଞ୍ଜାମ ଜିଲ୍ଲାକୁ ୫୩ ହଜାର କୋରୋନା ଟିକା ଡୋଜ ମିଳିଥିଲା। ଏହାପରେ ଜିଲ୍ଲାରେ ଆବଶ୍ୟକ ସଂଖ୍ୟକ ଟିକା ଉପଲ୍ଲବ୍ଧ ହୋଇନାହିଁ। ଏଥିପାଇଁ ଜିଲ୍ଲାର ୨୨ ବ୍ଲକକୁ କୋଭିଡ ଟିକା ଯାଇପାରିନାହିଁ ବୋଲି କହିଛନ୍ତି ଟୀକା ଦାୟିତ୍ବରେ ରହିଥିବା ଅଧିକାରୀ।

ମଙ୍ଗଳବାର ସଂନ୍ଧ୍ୟା ସୁଦ୍ଧା କୋଭିସିଲ୍‌ଡ ଟିକା କେନ୍ଦ୍ର ସ୍ବାସ୍ଥ ମନ୍ତ୍ରାଳୟରୁ ଆସି ଏୟାରପୋର୍ଟରେ ପହଞ୍ଚିଛି। ଏହି ଟିକା ଆସନ୍ତାକାଲି(ବୁଧବାର) ସୁଦ୍ଧା ଗଞ୍ଜାମରେ ପହଞ୍ଚିବ। ଏହାପରେ ଜିଲ୍ଲାର ସମସ୍ତ ଟୀକାକରଣ କେନ୍ଦ୍ରକୁ ଏହା ବିତରଣ କରାଯିବ ବୋଲି କହିଛନ୍ତି ଅଧିକାରୀ।

ଗତ ଦୁଇଦିନ ଧରି ବ୍ରହ୍ମପୁର ସହରର ନଗର ଚିକିତ୍ସାଳୟ ସମେତ ସହରରେ ରହିଥିବା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ବନ୍ଦ ରହିଛି । ବ୍ରହ୍ମପୁର ସହରର ୮ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଟିକା ପ୍ରଦାନ କରାଯାଉଥିଲା । ହେଲେ ଟିକାର ଅଭାବ ଯୋଗୁଁ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ବୈକୁଣ୍ଠନଗର, ରେଡକ୍ରସ, ଖୋଡାସିଙ୍ଗି, ଆମ୍ବପୁଆ, ଉତ୍ତରାମୁଖୀ ଏବଂ ଆଗା ସାହି ଆସିକା ରୋଡ ଓ ଗୁଡ୍‌ସ ସେଡ ରୋଡ ଭଳି ସ୍ଥାନରେ ଟୀକାକରଣ ବନ୍ଦ ରହିଛି ।

ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ମାତ୍ର ୭ ହଜାର ୪୬୦ କୋଭିଡ ଡୋଜ ରହିଛି । ଯାହାକି ପୋଲସରା, ଧରାକୋଟ, ସୋରଡାରେ ରହିଛି। ଦୈନିକ ୧୬ ରୁ ୧୭ ହଜାର ବ୍ୟକ୍ତିବିଶେଷଙ୍କୁ କୋଭିଡ ଭ୍ୟାକସିନ୍ ପ୍ରଦାନ କରାଯାଉଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details