ବ୍ରହ୍ମପୁର: କୋରୋନା ରୂପକ ମହାମାରୀକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଜିଲ୍ଲାରେ ବୃଦ୍ଧି ପାଉଛି କୋଭିଡ୍ ଟେଷ୍ଟ । ଗତ 10 ଦିନ ଧରି ଜିଲ୍ଲାରେ କୋଭିଡ୍ ଟେଷ୍ଟ ବୃଦ୍ଧି ପାଉଥିବା ଦେଖାଯାଇଛି । ଏହି ଦଶ ଦିନ ମଧ୍ୟରେ ୨୪ ତାରିଖରେ ସର୍ବାଧିକ ୯୯୪୧ ଜଣ କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୨୧୨ ଜଣ ପଜେଟିଭ୍ ଚିହ୍ନଟ କରାଯାଇଛି ।
ସେହିପରି ୧୫ ତାରିଖରେ ୬୫୧୮ ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୩୧୮ ଜଣ ପଜେଟିଭ୍ ଚିହ୍ନଟ ହୋଇଥିଲେ । ୧୬ ତାରିଖରେ ୫୧୨୮ ଜଣଙ୍କ ,୧୭ ତାରିଖରେ ୫୩୪୨ ଜଣଙ୍କ ,୧୮ ତାରିଖରେ ୭୯୦୭ ,୧୯ ତାରିଖରେ ୯୦୫୦ ଜଣଙ୍କ ,୨୦ ତାରିଖରେ ୮୦୭୩ ଜଣଙ୍କ ,୨୧ ତାରିଖରେ ୯୧୩୬ ଜଣଙ୍କ ଟେଷ୍ଟ କରାଯାଇଥିଲା।