ବ୍ରହ୍ମପୁର: ଗଞ୍ଜାମରେ ଧିରେ ଧିରେ କମୁଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାରେ ସଫଳ ହେଉଛି ପ୍ରଶାସନ । ଆକ୍ରାନ୍ତ କମୁଥିବାରୁ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଗ୍ରୀନ ଜୋନ ଘୋଷଣା କରାଯାଉଛି । ଆଉ ଏଭଳି ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-19 ନିରାପଦ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ଜିଲ୍ଲାରେ କୋଭିଡ୍ ସଚେତନତା ସପ୍ତାହ ପାଳନ ଜାରି ରହିଥିବାବେଳେ ସଦର ମହକୁମା ଛତ୍ରପୁର ଠାରେ ଥିବା ଜିଲ୍ଲା ଗ୍ରାମ୍ୟ ଇନ୍ନୟନ ସଂସ୍ଥାକୁ ଏହି ପ୍ରମାଣ ପତ୍ର ଦିଆଯାଇଛି । ଏହି କାର୍ଯ୍ୟାଳୟର ଜଣେ ବି କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇନଥିବାରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ କୋରୋନା ନିରାପଦ କାର୍ଯ୍ୟାଳୟ ଭାବେ ଘୋଷଣା କରିବା ସହ କୋଭିଡ୍ ସେଫ୍ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।