ଓଡିଶା

odisha

ETV Bharat / city

ଗଞ୍ଜାମରେ କୋଭିଡ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ - berhampur

ଗଞ୍ଜାମ ଜିଲ୍ଲାରେ ତାମ୍ପରାରେ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନେଇ ଜିଲ୍ଲାର କୋଭିଡ୍ ପରିଚାଳନା ଉନ୍ନୟନ କାର୍ଯ୍ୟ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢ଼ନ୍ତୁ...

ଗଞ୍ଜାମରେ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି
ଗଞ୍ଜାମରେ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି

By

Published : Nov 18, 2020, 3:06 AM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ନିକଟସ୍ଥ ତାମ୍ପରାରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନେଇ ଜିଲ୍ଲାର କୋଭିଡ୍ ପରିଚାଳନା ଉନ୍ନୟନ କାର୍ଯ୍ୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ପ୍ରମୁଖ ଶାସନ ସଚିବ ମାଥିଭାଥାନନ ଉପସ୍ଥିତ ରହି ଜିଲ୍ଲାରେ ସଫଳ କୋଭିଡ ପରିଚାଳନାକୁ ନେଇ ସମସ୍ତ ଅଧିକାରୀଙ୍କୁ ସାଧୁବାଦ ଜଣାଇଥିଲେ। ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉପସ୍ଥିତ ରହିଥିଲେ। ତେବେ ଏଠାରେ କୋରୋନା ସମୟରେ ନିଆଯାଇଥିବା ବିଭିନ୍ନ ସଚତନତାମୂଳକ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।

କୋଭିଡ-19 ଭାଇରସ ସଂକ୍ରମଣ ବେଳେ ଜିଲ୍ଲାକୁ 4 ଲକ୍ଷରୁ ଅଧିକ ପ୍ରବାସୀ ଫେରିଛନ୍ତି । ସେମାନଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଅନେକଗୁଡିଏ କାର୍ଯ୍ୟ ହାତକୁ ନିଆଯାଇଛି। ଏହାଛଡ଼ା ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ଜିଲ୍ଲାରେ ମାତ୍ର 7 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ କୋରୋନାର ଦ୍ୱିତୀୟ ଲହରକୁ ରୋକିବା ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି। ବର୍ତ୍ତମାନ ଜିଲ୍ଲାରେ ମାତ୍ର ୭୭ଟି କୋରୋନାର ସକ୍ରିୟ ମାମଲା ରହିଛି। ଜିଲ୍ଲାରେ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ଉପରେ ସଚେତନତା ଜାରି ରହିଛି । ଲୋକେ ମଧ୍ୟ ଏହାକୁ ମାନୁଥିବା ଦେଖିବାକୁ ମିଳୁଛି ।

ଗଞ୍ଜାମରେ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି

ପ୍ରବାସୀ ଶ୍ରମିକଙ୍କ ପାଇଁ ରୋଜଗାର ସୁଯୋଗ ବାହାର କରିବାକୁ ଜିଲ୍ଲାରେ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଛି । ଗାଈ ଗୁହାଳ, କୁକୁଡା ପାଳନ ଗୃହ, ଛେଳିଗୃହ, ଫାର୍ମ, ପୋଖରୀ ଇତ୍ୟାଦି ମାଧ୍ୟମରେ ଦୀର୍ଘ କାଳୀନ ଜୀବିକା ସୁଯୋଗ ସୃଷ୍ଟି କରାଯାଉଛି। ଏହାସହ ଲୋକଙ୍କ ସୁବିଧା ପାଇଁ ଅଙ୍ଗନବାଡି କେନ୍ଦ୍ର,ପଞ୍ଚାୟତ ଭବନ, ଗୋଷ୍ଠୀ ଶୌଚାଳୟ , ଗୃହ, ଗ୍ରାମ ପଞ୍ଚାୟତ କୋଠାଗୃହ, ଶ୍ମଶାନ,ଗ୍ରାମାଞ୍ଚଳ ପାର୍କ, ଗ୍ରାମ୍ୟ ପାଠାଗାର ପ୍ରଭୃତି ନିର୍ମାଣ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ଶଙ୍କର ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details