ଓଡିଶା

odisha

ETV Bharat / city

ବ୍ରହ୍ମପୁରରେ କୋଭିଡ୍ ନିୟମକୁ ଫୁ: ୯ ଦୋକାନ ସିଲ, 66 ଲିଟର ଦେଶୀ ମଦ ଜବତ - କୋଭିଡ୍ ନିୟମକୁ ଫୁ

କୋଭିଡ୍ ନିୟମ ଉଲ୍ଲଘଂନ । ବ୍ରହ୍ମପୁର ସହରର ୯ ଦୋକାନ ସିଲ ,ମାସ୍କ ଓ ବିଭିନ୍ନ ନିୟମର ଉଲ୍ଲଘଂନ ନେଇ ଜୋରିମାନା ଆଦାୟ କଲା ପ୍ରଶାସନ। ଅଧିକ ପଢନ୍ତୁ....

covid guidelines violation in berhampur
କୋଭିଡ୍ ନିୟମକୁ ଫୁ: ବ୍ରହ୍ମପୁରରେ ୯ ଦୋକାନ ସିଲ , ମାସ୍କ ନ ପିନ୍ଧିବା ନେଇ ଜରିମାନା ଆଦାୟ

By

Published : Aug 26, 2020, 7:15 AM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । କୋଭିଡ ନିୟମ ଉଲ୍ଲଘଂନ କରୁଥିବା ଅମାନିଆଙ୍କୁ ସାବାଡ କରିବା ପାଇଁ ଉଭୟ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ଏହାସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।

୯ ଟି ଦୋକାନ ,ଫ୍ୟାନ୍ସି ଷ୍ଟୋର , ଫାର୍ମା ଭଳି ସ୍ଥାନରେ ଚଢାଉ ହୋଇଛି । ପଞ୍ଚସୁତ୍ର ନିୟମକୁ ଖିଲାପ କରାଯାଉଥିବା ନେଇ ପ୍ରଶାସନ ପକ୍ଷରୁ ଏହାକୁ ସିଲ କରାଯାଇଛି । ମାସ୍କ ପରିଧାନ କରିନ ଥିବା ଅଥବା ସଠିକ୍ ଭାବରେ ମାସ୍କ ବ୍ୟବହାର କରିନଥିବା ୮୫ ଜଣଙ୍କ ଠାରୁ ୧୭ ହଜାର ଟଙ୍କା ଫାଇନ ମଧ୍ୟ ଆଦାୟ କରିଛି ।

୧୦୧ଟି ଗାଡିରୁ ୫୦ ହଜାର ପାଞ୍ଚ ଶହ ଟଙ୍କା ଚାଲାଣ କଟା ଯିବା ସହ ସାମାଜିକ ଦୂରତ୍ବ ପାଇଁ ଏକ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା । ସେହିପରି ଗଞ୍ଜାମ ପୋଲିସ ଜିଲ୍ଲାରେ ମାସ୍କ ଉଲ୍ଲଙ୍ଘନକାରୀଙ୍କ ଠାରୁ ଏକ ଲକ୍ଷ ୫୧ ହଜାର ଟଙ୍କା ଫାଇନ ଆଦାୟ କରିଛି । ଗୋଟିଏ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇ ଚାରି ଜଣଙ୍କୁ ଗିରଫ କରିବା ସହ ୪୨୩୦ ଟଙ୍କା ଜବତ କରିଛି । ଚାରୋଟି ଅବକାରୀ ମାମଲାରେ ୬୬ ଲିଟର ଦେଶୀ ମଦ ଜବତ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details