ଓଡିଶା

odisha

ETV Bharat / city

SEC ଦେଖୁଛନ୍ତି ତ ? BJD ସମର୍ଥିତ ପ୍ରାର୍ଥୀ କୋଭିଡ କଟକଣାର ଉଡାଇଲେ ଧଜିଆ - ସୁଲକ୍ଷଣା ଗୀତାଞ୍ଜଳି ଦେବୀ

ନିର୍ବାଚନ କମିଶନରଙ୍କ ନିୟମକୁ ପଚାରେ କିଏ ? SRCଙ୍କ ଗାଇଡ ଲାଇନର ଉଡିଲା ଧଜିଆ । ଦର୍ଶକ ସାଜିଥିଲେ ପୋଲିସ ପ୍ରଶାସନ ଓ ନିର୍ବାଚନ ଅଧିକାରୀ । ବିରାଟ ଶୋଭାଯାତ୍ରାରେ ବାଜା ବାଣ ରୋଷଣି ନେଇ ଆସିଲେ, ନାମାଙ୍କନ ଭରିଲେ । ଅଧିକ ପଢନ୍ତୁ

Video
Video

By

Published : Jan 20, 2022, 7:02 PM IST

ଭଞ୍ଜନଗର: ନିର୍ବାଚନ କମିଶନରଙ୍କ ନିୟମକୁ ପଚାରେ କିଏ ? SRC ଙ୍କ ଗାଇଡ ଲାଇନର ଉଡିଲା ଧଜିଆ । ଦର୍ଶକ ସାଜିଥିଲେ ପୋଲିସ ପ୍ରଶାସନ ଓ ନିର୍ବାଚନ ଅଧିକାରୀ । ଆଉ ସମସ୍ତଙ୍କ ଉପସ୍ଥିତିରେ ନିର୍ବାଚନ ପାଇଁ ଜାରି ହୋଇଥିବା କୋଭିଡ କଟକଣା ଡାକୁଥିଲା ତ୍ରାହି ତ୍ରାହି । କାରଣ ନାମାଙ୍କନ ଦାଖଲ କରୁଥିଲେ ଶାସକ ଦଳର ସମର୍ଥିତ ସମିତି ସଭ୍ୟା ପ୍ରାର୍ଥୀ । ରାଜରାସ୍ତାରେ ବିରାଟ ଶୋଭାଯାତ୍ରା । ବାଜା ବାଣ ରୋଷଣି ନେଇ ଆସିଥିଲେ ନାମାଙ୍କନ ଦାଖଲ କରିବାକୁ ।

SEC ଦେଖୁଛନ୍ତି ତ? ବିଜେଡି ସମର୍ଥିତ ସମିତି ସଭ୍ୟା ପ୍ରାର୍ଥୀ କୋଭିଡ କଟକଣାର ଉଡାଇଲେ ଧଜିଆ

ଅଭିଯୋଗ ଅନୁସାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରାର୍ଥୀ ମାନେ ସରକାରଙ୍କ ନିୟମ ଓ କରୋନା କଟକଣା ମଧ୍ୟରେ ନାମାଙ୍କନ ଦାଖଲ କରୁଥିବା ବେଳେ ଧରାକୋଟ ବ୍ଲକରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଶାସକ ଦଳ ସମର୍ଥିତ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ବ୍ଲକ ଅଭିମୁଖେ ବାଜା ପଟୁଆରରେ ହଜାର ହଜାର ସମର୍ଥକଙ୍କୁ ନେଇ କରୋନା କଟକଣାର ଧଜିଆ ଉଡାଇ ଆସିଥିଲେ ଆଜି । ରାଜ୍ୟରେ କରୋନାର ତୃତୀୟ ଲହର ଏବେ ଉପର ମୁହାଁ ରହିଥିବା ବେଳେ ଶାସକଦଳର ଏହିଭଳି ପଟୁଆରକୁ ନେଇ ବଡ ପ୍ରଶ୍ନ ଉଠୁଛି l

ଅନ୍ୟପଟେ ରାଜ୍ୟ ନିର୍ବାଚନ କମିଶନର କରୋନା ପ୍ରଭାବକୁ ନଜରରେ ରଖି ଗାଇଡ ଲାଇନ ଜାରି କରିଥିଲେ l ନାମାଙ୍କନ ଦାଖଲ ବେଳେ ପ୍ରାର୍ଥୀଙ୍କ ସହିତ କେବଳ 5 ଜଣଙ୍କୁ ନେଇ ନାମାଙ୍କନ ଦାଖଲ କରିବାକୁ ନିର୍ଦ୍ଦେଶନାମା ରହିଛି। ଏହାସହିତ କୌଣସି ସ୍ଥାନରେ ରାଲି ଓ ସମାବେଶ କରିବାକୁ ସମ୍ପୂର୍ଣ୍ଣ ରୂପେ ନିଷେଧ ରହିଛି । ହେଲେ ଧରାକୋଟ ସମିତିସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବାକୁ ଆସିଥିବା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଏହି ନିୟମର ଧଜିଆ ଉଡାଇଛନ୍ତି । ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହିଭଳି ନିୟମର ଉଲଂଘନ କରାଯାଉଥିବା ବେଳେ ଅଧିକାରୀ ମାନେ ନୀରବ ଦ୍ରଷ୍ଟା ସାଜିଥିଲେ ।

ତେବେ ସମିତି ସଭ୍ୟା ପ୍ରାର୍ଥୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ କହିଛନ୍ତି କୋଭିଡ କଟକଣା ମାନି ନିୟମ ଅନୁସାରେ ନାମାଙ୍କନ ଦାଖଲ କରିଛନ୍ତି। ଏହାକୁ ନେଇ କଂଗ୍ରେସର ସାନଖେମୁଣ୍ଡି ବିଧାୟକ ରମେଶ ଜେନା କହିଛନ୍ତି ସରକାରୀ ଦଳର ନେତା କର୍ମୀ କୌଣସି ନିୟମକୁ ମାନୁନାହାଁନ୍ତି । ଅଭିଯୋଗ କଲେ ଓଲଟା ପୋଲିସର ଭୟ ଦେଖାଉଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details