ଓଡିଶା

odisha

ETV Bharat / city

କୋଭିଡ ସଚେତନତା ସପ୍ତାହ, ସାଧାରଣ ଜନତାଙ୍କୁ ମାସ୍କ ବଣ୍ଟନ କଲେ ଜିଲ୍ଲପାଳ

କୋଭିଡ ମୁକାବିଲାକୁ ନେଇ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଇତିମଧ୍ୟରେ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ସଚେତନତା ସପ୍ତାହ । ଏଭଳି ସପ୍ତାହ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ସାଧାରଣ ଜନତାଙ୍କୁ ସଚେତନତା କରାଯିବା ସହିତ ମାସ୍କ ବଣ୍ଟନ କରିଛନ୍ତି ଜିଲ୍ଲାପାଳ ।

କୋଭିଡ ସଚେତନତା ସପ୍ତାହ, ସାଧାରଣ ଜନତାଙ୍କୁ ମାସ୍କ ବଣ୍ଟନ କଲେ ଜିଲ୍ଲପାଳ
କୋଭିଡ ସଚେତନତା ସପ୍ତାହ, ସାଧାରଣ ଜନତାଙ୍କୁ ମାସ୍କ ବଣ୍ଟନ କଲେ ଜିଲ୍ଲପାଳ

By

Published : Sep 25, 2020, 9:15 AM IST

ବ୍ରହ୍ମପୁର: କୋଭିଡ ମୁକାବିଲାକୁ ନେଇ ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଇତିମଧ୍ୟରେ ଅନେକ ପଦକ୍ଷେପ ନିଆଯାଇଥିବା ବେଳେ ଜିଲ୍ଲାରେ ଆରମ୍ଭ ହୋଇଛି କୋଭିଡ ସଚେତନତା ସପ୍ତାହ । ଏଭଳି ସପ୍ତାହ ପାଳନ ଅବସରରେ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ସାଧାରଣ ଜନତାଙ୍କୁ ସଚେତନତା କରାଯିବା ସହିତ ମାସ୍କ ବଣ୍ଟନ କରିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାର ସଦରମହକୁମା ଛତ୍ରପୁର ବ୍ଲକର କଣମଣା ଗ୍ରାମ ପଞ୍ଚାୟତରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିବା ସହିତ ପଞ୍ଚାୟତର ବାଟଛତ୍ରପୁର ଗ୍ରାମର ପ୍ରବେଶ ପଥରୁ ଚାଲି ଚାଲି ଘରକୁ ଘର ବୁଲି ଏଭଳି ସଚେତନତା କରିଥିଲେ ।

ଜିଲ୍ଲାପାଳଙ୍କ ସହ ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ , ଅଙ୍ଗନବାଡି ଓ ଆଶା କର୍ମୀ, ଶିକ୍ଷକ , ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା , କୋଭିଡ ମନିଟର ଏବଂ ପଞ୍ଚାୟତ ପ୍ରତିନିଧୀ ମାନେ ହାତରେ ପ୍ଲାଗ କାର୍ଡ ଧରି ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନତା କରିଛନ୍ତି ।

ଗ୍ରାମର ପ୍ରତ୍ୟେକ ସାହିର ଘରକୁ ଘର ଜିଲ୍ଲାପାଳଙ୍କ ସହ ଏହି ଟିମ୍ ବୁଲି ଲୋକଙ୍କୁ କୋରୋନା ଉପରେ ସଚେତନତା କରିବା ସହ ଯେଉଁ ମାନେ ମାସ୍କ ବ୍ୟବହାର କରୁନାହାନ୍ତି ସେମାନଙ୍କୁ ନିଜେ ଜିଲ୍ଲାପାଳ ମାସ୍କ ବଣ୍ଟନ କରିଥିଲେ ।

ଏହାସହ ଯାତାୟତ ରାସ୍ତାରେ ପଥଚାରୀ ମାନଙ୍କୁ ମଧ୍ୟ ଜିଲ୍ଲାପାଳ ମାସ୍କ ବ୍ୟବହାର କରିବା ସହ ଯେଉଁ ମାନେ ମାସ୍କ ପିନ୍ଧି ନାହାଁନ୍ତି ସେମାନଙ୍କୁ ପରିଧାନ କରିବାକୁ କହିଥିଲେ । ଖାସ୍ କରି ଜିଲ୍ଲାପାଳ ଗାଁର କୁନି କୁନି ପିଲା ଏବଂ କିଛି ମହିଳା ମାନଙ୍କୁ ମାସ୍କ କାହିଁକି ବ୍ୟବହାର କରାଯାଉଛି ବୋଲି ପ୍ରଶ୍ନ ପ୍ରଚାରିଥିଲେ । ସେମାନେ କୋଭିଡରୁ ସୁରକ୍ଷା ନିମନ୍ତେ ବ୍ୟବହାର କରାଯାଉଛି ବୋଲି ଜିଲ୍ଲାପାଳଙ୍କୁ କହିଥିଲେ ।

ଏହାପରେ ଜିଲ୍ଲାପାଳ ଖୁସି ଜାହିର କରିବା ସହ ନିଜ ମୋବାଇଲରେ କୁନି କୁନି ପିଲା ମାନଙ୍କ ମାସ୍କ ପିନ୍ଧିଥିବା ଫୋଟ ମଧ୍ୟ ଉଠାଇଥିଲୋ । ଏହି ଅବସରରେ ଘରୁ ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା ସାନିଟାଇଜର ବ୍ୟବହାର ଆଦି ଉପରେ ଲୋକଙ୍କୁ ଅବଗତ କରାଯାଇଥିଲା । କୋରୋନକୁ ନେଇ ପ୍ରତ୍ୟେକ ବ୍ୟକ୍ତିବିଶେଷ ସଚେତନତା ହେଲେ ହିଁ କୋରୋନାକୁ ହରାଇପାରିବା ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details