ବ୍ରହ୍ମପୁର :କୋଭିଡର ତୃତୀୟ ଲହରକୁ ନେଇ ସବୁଠି ଚିନ୍ତା । ଏଭଳି ସମୟରେ ସାଧାରଣ ଲୋକଙ୍କୁ ନେଇ କୋଭିଡ ସଚେତନତା କରିବା ସହ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପରିଧାନ କରିବା ପାଇଁ ରାସ୍ତାକଡରେ ନିଜେ ସଚେତନତା କରିଛନ୍ତି ଗଞ୍ଜାମ କୁକୁଡାଖଣ୍ଡିର ତହସିଲଦାର କଲ୍ୟାଣ ସଂଘମିତ୍ରା । ନିଜ ସରକାରୀ ଗାଡିରେ କୁକୁଡାଖଣ୍ଡି ସମେତ ଆଖପାଖ ଅଞ୍ଚଳକୁ ପରିକ୍ରମା କରିଥିଲେ । କୋରୋନାର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ସାଧାରଣ ଜନତା ଅନେକ କୋଭିଡର ନିୟମକୁ ଖୋଲାଖୋଲି ଉଲଘଂନ କରି ଅନେକ ନିଜର ସଂପର୍କୀୟଙ୍କୁ ହରାଇଛନ୍ତି ।
Covid Awareness: ସଚେତନ କଲେ କୁକୁଡାଖଣ୍ଡି ତହସିଲଦାର - ବ୍ରହ୍ମପୁର ଖବର
ରାଜ୍ୟରେ ମାଡୁଛି କୋରୋନା । ସଚେତନତା ପାଇଁ ଅଣ୍ଚା ଭିଡିଲେ କୁକୁଡାଖଣ୍ଡିର ତହସିଲଦାର କଲ୍ୟାଣ ସଂଘମିତ୍ରା । ଅଧିକ ପଢନ୍ତୁ
କିନ୍ତୁ ବର୍ତ୍ତମାନ ନିଜେ ସତର୍କ ରହିବା ସହ ଘରୁ ବାହାରକୁ ବାହାରିଲେ ମାସ୍କ ପରିଧାନ କରିବା , ବଜାରରେ ଅଯଥା ଭିଡ ନ ଜମାଇବା , ସାନିଟାଇଜର ବ୍ୟବହାର କରିବା , କୌଣସି ପର୍ଯ୍ୟଟନ ସ୍ଥାନରେ ଗହଳି ନ କରିବା ସହ ପିକନିକ ନ କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରିଛନ୍ତି ତହସିଲଦାର । ଦିନକୁ ଦିନ କୋଭିଡ ସଂଙ୍କ୍ରମଣ ହୁ ହୁ ହୋଇ ବୃଦ୍ଧି ପାଉଛି । କୋଭିଡ ନିୟମ ନ ମାନିଲେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲୋକଙ୍କୁ ସତର୍କ କରିଛନ୍ତି । ଏନେଇ କିଭଳି ସଚେତନତା କରୁଛନ୍ତି କୁକୁଡାଖଣ୍ଡି ତହସିଲଦାର କଲ୍ୟାଣ ସଂଘମିତ୍ରା ଆସନ୍ତୁ ଶୁଣିବା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ