ବ୍ରହ୍ମପୁର: କୋଭିଡ୍ ମୁକାବିଲା ପାଇଁ ଛତ୍ରପୁର ଉପଖଣ୍ଡରେ ଟେଷ୍ଟିଂକୁ ବ୍ୟାପକ କରାଯାଇଛି । ଉପଖଣ୍ଡରେ ରହିଥିବା ପାଞ୍ଚଟି ବ୍ଲକ ଏବଂ 9 ଟି ସହରାଞ୍ଚଳରେ ରହିଥିବା ସି.ଏଚ୍.ସି ଏବଂ ପିଏସସି ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଏହି କୋଭିଡ ଟେଷ୍ଟ କରିବା ପାଇଁ ଏଲଟି ମାନଙ୍କୁ ଅଧିକ ତାଲିମ୍ ଦିଆଯାଇ କେନ୍ଦ୍ର ଗୁଡିକରେ ଟେଷ୍ଟ କରାଯାଉଥିବା ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପଟୱାରୀ କହିଛନ୍ତି ।
ସୂଚନା ମିଳିବା ସୁଦ୍ଧା 68,922 ଜଣଙ୍କର ଟେଷ୍ଟିଂ କରାଯାଇଥିବାବେଳେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ 75 ହଜାର ଟେଷ୍ଟିଂ କରିବାକୁ ଲକ୍ଷ୍ୟ ରଖାଯାଇଛି । ସମୁଦାୟ ଟେଷ୍ଟିଂ ମଧ୍ୟରୁ ଆଣ୍ଟିଜେଣ୍ଟ ଟେଷ୍ଟ 55,441 ରହିଥିବାବେଳେ ଆରଟିପିସିଆର ଟେଷ୍ଟ 14,181 ରହିଛି ।
ଗତ ସପ୍ତାହରେ ଉପଖଣ୍ଡରେ ପ୍ରାୟ 22,418ଜଣଙ୍କ ଟେଷ୍ଟ ହୋଇଥିଲା । ଉପଖଣ୍ଡର କୋଭିଡ ପରୀକ୍ଷା ଜିଲ୍ଲାର ମୋଟ ଟେଷ୍ଟର 33 ପ୍ରତିଶତ ବୋଲି କୁହାଯାଇଛି । ଲୋକେ ସ୍ବତ୍ତପ୍ରବୃତ ଭାବେ ଟେଷ୍ଟ ପାଇଁ ଆସୁଥିବା ସେ କହିବା ସହ ନିୟମିତ 3202 ଜଣଙ୍କ କୋଭିଡ୍ ଟେଷ୍ଟ କରାଯାଉଥିବା ସେ କହିଛନ୍ତି ।