ବ୍ରହ୍ମପୁର: ସ୍କାର୍ଟଫୋନରେ ଆପଣ ଫେକ୍ ଅକ୍ସିମିଟର ଆପ୍ ଡାଉନଲୋଡ କରୁଛନ୍ତି କି ? ଆଉ ଏହି ଆପ ମାଧ୍ୟମରେ ଶରୀରର ଅକ୍ସିଜେନ୍ ,ସୁଗାର, ବିପି ସ୍ତର ଯାଞ୍ଚ କରୁଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ସତର୍କ କରାଇଛନ୍ତି ଗଞ୍ଜାମ ପୋଲିସ ।
ସାବଧାନ ! ଅକ୍ସିମିଟର ଆପ ଡାଉନଲୋଡ଼ କରୁଛନ୍ତି କି ... ଗତ କିଛି ଦିନ ମଧ୍ୟରେ ଶରୀରର ଏହି ସ୍ତର ଜାଣିବା ପାଇଁ ବହୁ ଲୋକ ନିଜ ସ୍ମାର୍ଟ ମୋବାଇଲ ଫୋନ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରୁଛନ୍ତି । ପ୍ରବଳ ସଂଖ୍ୟାରେ ଆପ ଡାଉନଲୋଡ଼ କରୁଛନ୍ତି। ହେଲେ ଏହାକୁ ଅପବ୍ୟବହାର କରୁଛନ୍ତି ସାଇବର ଅପରାଧୀ ।
ସାବଧାନ ! ଅକ୍ସିମିଟର ଆପ ଡାଉନଲୋଡ଼ କରୁଛନ୍ତି କି ... ଏହି ଆପ୍ ମାଧ୍ୟମରେ ଦିଆଯାଉଥିବା ହାତରର ଟିପ୍ ଏବଂ ଫିଙ୍ଗର ପ୍ରିଣ୍ଟକୁ ନେଇ ଦୁର୍ବୃତ୍ତ ମାନେ କପି କରି ନେଉଛନ୍ତି। ପରବର୍ତ୍ତୀ ସମୟରେ ଉକ୍ତ ବ୍ୟକ୍ତିର ଆଧାରକାର୍ଡ ସହ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ କରି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରିଦେଉଛନ୍ତି । ଏଣୁ ଏଭଳି କାର୍ଯ୍ୟକୁ ନକରିବାକୁ ଆହ୍ବାନ ଦେବା ସହ କୌଣସି ଫେକ୍ ଆପକୁ ଡାଉନଲୋଡ ନ କରିବାକୁ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରଏ । ଟୁଇଟ୍ ମାଧ୍ୟମରେ ଗଞ୍ଜାମ ପୋଲିସ ପକ୍ଷରୁ ଏଭଳି ଅପିଲ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ