ଓଡିଶା

odisha

ETV Bharat / city

ରେଳଧାରଣାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ବିବାହିତ ପୁରୁଷଙ୍କ ପ୍ରେମକୁ ପରିବାର ଲୋକଙ୍କ ସମର୍ଥନ ନମିଳିବାରୁ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ । ଅଧିକ ପଢ଼ନ୍ତୁ

By

Published : Aug 4, 2022, 8:18 AM IST

couple dead body rescued at rail line in Berhampur
ରେଳଧାରଣାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ପ୍ରେମପାଇଁ ଜୀବନ ହାରିଲେ ପ୍ରେମୀଯୁଗଳ । ବିବାହିତ ପୁରୁଷଙ୍କ ପ୍ରେମକୁ ପରିବାର ଲୋକଙ୍କ ସମର୍ଥନ ନମିଳିବାରୁ ପ୍ରେମିକାଙ୍କ ସହ ଟ୍ରେନ ଲାଇନରେ ଆତ୍ମହତ୍ୟା କରିଛନ୍ତି । ବ୍ରହ୍ମପୁର ରେଳଷ୍ଟେସନ ନିକଟସ୍ଥ ଗୋଷାଣିନୂଆଗାଁ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନାନୁସାରେ, ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ଢିପ ସାହିର ଶିବ ନାୟକ ନାମକ ଜଣେ ବ୍ୟକ୍ତି ସ୍ଥାନୀୟ ରେଳଷ୍ଟେସନରେ ଜଣେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ‌ । ବିବାହ କରିସାରିଥିବା ସତ୍ବେ ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଏନେଇ ଶିବ ପରିବାର ଲୋକଙ୍କୁ ଅବଗତ କରାଇବା ସହ ନିଜ ଘରେ ଉକ୍ତ ଯୁବତୀଙ୍କୁ ନେଇ ରଖିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଘରଲୋକ ଅରାଜି ହେବାରୁ ଉଭୟେ ଗୋଷାଣିନୂଆଗାଁ ରେଳଷ୍ଟେସନ ନିକଟ ରେଳ ଧାରଣାରେ ଟ୍ରେନ ଆସିବା ସମୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଖବର ପାଇ ବ୍ରହ୍ମପୁର ଜିଆର୍.ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details