ଓଡିଶା

odisha

ETV Bharat / city

ଏମକେସିଜିରେ ଚାଲିଛି କୋରୋନା ସନ୍ଦିଗ୍ଧଙ୍କ ଚିକିତ୍ସା

ବ୍ରହ୍ମପୁର ଏମକେସିଜିରେ ଚାଲିଛି କୋରୋନା ସନ୍ଦିଗ୍ଧଙ୍କ ଚିକିତ୍ସା । ନିକଟରେ ଆବୁଧାବୀରୁ ଫେରିଥିଲେ ଯୁବକ । ତାଙ୍କ ରିପୋର୍ଟ ନେଗେଟିଭ ବାହାରିଥିଲେ ବି ସ୍ବତନ୍ତ୍ର ଆଇସୋଲେସନ ୱାର୍ଡରେ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

By

Published : Mar 14, 2020, 9:58 PM IST

AA
ଏମକେସିଜିରେ ଚାଲିଛି କୋରୋନା ସନ୍ଦିଗ୍ଧଙ୍କ ଚିକିତ୍ସା

ବ୍ରହ୍ମପୁର: ପୂର୍ବରୁ କୋରୋନା ନେଗେଟିଭ୍ ରିପୋର୍ଟ ଆସିଥିବା ଜଣେ ସନ୍ଦିଗ୍ଧଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଚକିତ୍ସା କରାଯାଉଛି । ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳର ଏହି ବ୍ୟକ୍ତି ଜଣଙ୍କ ଆବୁଧାବିରେ ରହି ଦାଦନ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ସେଠାରୁ ଫେରିବା ପରେ ତାଙ୍କୁ ସ୍ବତନ୍ତ୍ର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି । ଏହାସହ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ନିକଟ ୱାର୍ଡରେ ରଖାଯାଇଛି ।

ଏମକେସିଜିରେ ଚାଲିଛି କୋରୋନା ସନ୍ଦିଗ୍ଧଙ୍କ ଚିକିତ୍ସା

ସ୍ବତନ୍ତ୍ର ୱାର୍ଡରେ ଆଣ୍ଟିବାୟୋଟିକ ଏବଂ ଅନ୍ୟାନ୍ୟ ଚିକିତ୍ସା କରାଯାଉଥିବା ବେଳେ ପୁଣି ଥରେ କୋରୋନା ପାଇଁ ରକ୍ତ ନମୁନା ପଠାଯିବ କି ନାହିଁ ତାହାକୁ ଡାକ୍ତରୀ ବିଶେଷଜ୍ଞ ଟିମ୍ ଚିନ୍ତା କରି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଅଧିକ୍ଷକ । ଆବୁଧାବିରୁ ଫେରିଥିବା ଏହି ବ୍ୟକ୍ତିଙ୍କ ଗତ ୧୧ ତାରିଖରେ ରକ୍ତ ପରୀକ୍ଷା କରାଯାଇଥିବା ବେଳେ ବର୍ତ୍ତମାନ ମଧ୍ୟ ଜ୍ବର, କାଶ କିମ୍ବା କୋରୋନା ଭାଇରସର କୌଣସି ଲକ୍ଷଣ ନଥିବା ସତ୍ତ୍ବେ ମାଇକ୍ରୋ ବାୟୋଲୋଜି ବିଭାଗକୁ ଟେଷ୍ଟ ପାଇଁ ପଠାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details