ଓଡିଶା

odisha

ETV Bharat / city

ରୋକ ଲଗାଇଛି ଲକଡାଉନ କଟକଣା, ମୁଣ୍ଡରେ ହାତ ଦେଲେଣି ଶହ ଶହ ମେକାନିକ୍ - bramhapur news

କୋରୋନା ମାଡରେ ଅଣ୍ଟା ସଳଖି ପାରୁ ନାହାଁନ୍ତି ବିଶ୍ବବାସୀ। ଏହି ମହାମାରୀ ହଜାର ହଜାର ଲୋକଙ୍କ ଜୀବନ ଜୀବିିକାକୁ ପ୍ରଭାବିତ କରି ରଖିଦେଇଛି। ଆଉ ଏଭଳି ସ୍ଥଳେ ଗତ ଏକ ମାସରୁ ଉର୍ଦ୍ଧ ସମୟ ଧରି ଦୋକାନ ବଜାର ବନ୍ଦ ରହିଥିବାରୁ ଚିନ୍ତାରେ ସମସ୍ତ ମେକାନିକାଲ ଷ୍ଟୋର ଏବଂ ମେକାନିକ୍ ମାନେ । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ହଜାର ହଜାର ପରିବାର ଏଭଳି ବିଭିନ୍ନ ପ୍ରକାର ମରାମତି କାର୍ଯ୍ୟ କରି ଜୀବିକା ନିର୍ବାହ କରି ଆସୁଥିବା ବେଳେ କୋଭିଡ୍ -୧୯ ଯୋଗୁଁ ଚିନ୍ତାରେ ଏହି ପରିବାର ବର୍ଗ ।

Corona Lock down
କୋରୋନା ଲକଡାଉନ୍ ,ଚିନ୍ତାରେ ମେକାନିକାଲ୍ ଷ୍ଟୋର ଓ ମେକାନିକ୍

By

Published : May 4, 2020, 4:15 PM IST

ବ୍ରହ୍ମପୁର: କୋରୋନା କାୟାରେ ବିଶ୍ବବାସୀ। ଲକଡାଉନ୍ ଯୋଗୁଁ ସମସ୍ତେ ଏକ ପ୍ରକାର କ୍ଷତିଗ୍ରସ୍ତ ହୋଇପଡିଛନ୍ତି । ଆଉ ଏଭଳି ସ୍ଥଳେ ଗତ ଏକ ମାସରୁ ଉର୍ଦ୍ଧ ସମୟ ଧରି ଦୋକାନ ବଜାର ବନ୍ଦ ରହିଥିବାରୁ ଚିନ୍ତାରେ ସମସ୍ତ ମେକାନିକାଲ ଷ୍ଟୋର ଏବଂ ମେକାନିକ୍ ମାନେ ।

ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ହଜାର ହଜାର ପରିବାର ଏଭଳି ବିଭିନ୍ନ ପ୍ରକାର ମରାମତି କାର୍ଯ୍ୟ କରି ଜୀବିକା ନିର୍ବାହ କରି ଆସୁଥିବା ବେଳେ କୋଭିଡ୍ -୧୯ ଯୋଗୁଁ ଚିନ୍ତାରେ ଏହି ପରିବାର ବର୍ଗ ।

କୋରୋନା ଲକଡାଉନ୍ ,ଚିନ୍ତାରେ ମେକାନିକାଲ୍ ଷ୍ଟୋର ଓ ମେକାନିକ୍

କିଏ ରାସ୍ତା କଡରେ ମୋଟର ସାଇକେଲ ମରାମତି କରି ଦୈନିକ ଯାହା ଆଦାୟ କରୁଥିଲା ସେଥିରେ ନିଜର ପରିବାର ପରିପୋଷଣ କରୁଥିଲା ତ ଆଉ କିଏ କେଇଁ ଗ୍ୟାରେଜରେ କାର୍ଯ୍ୟ କରି ପାଇ ଆସୁଥିଲା ଦୈନିକ ମଜୁରୀ । ହେଲେ କୋରୋନା ମୁକାବିଲା ପାଇଁ ନିଜର ଗୁଜୁରାଣ ମେଣ୍ଟାଉଥିବା ବ୍ୟକ୍ତିବିଶେଷ ମାନେ ଅନେକ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।

ସେପଟେ ଅଟୋମୋବାଇଲସ୍ କୁ ଛାଡି ସହରରେ ୧୨ ଶହ ରୁ ଉର୍ଦ୍ଦ ମୋବାଇଲ୍ ଓ ଇଲୋଟ୍ରନିକ୍ସ ରିପେରିଙ୍ଗ୍ ସମେତ ପ୍ରାୟ ୧୦୦ ରୁ ଉର୍ଦ୍ଧ ବିଭିନ୍ନ ଲେଥ , ଟାୟରସ୍ ରିପେରିଙ୍ଗ୍ , ୱେଲଡିଙ୍ଗ୍ ସଫ୍ ଭଳି ବିଭିନ୍ନ ମେକାନିଙ୍ଗ୍ ଷ୍ଟୋର ସରକାରଙ୍କ ନୂତନ ଗାଇଡ୍ ଲାଇନ୍ ଅନୁଯାୟୀ ଖୋଲାଯାଇଛି।

ହେଲେ ଅଳ୍ପ ସମୟ ପାଇଁ କାର୍ଯ୍ୟ କରିବାକୁ ଅନୁମତି ମିଳିଥିବାରୁ ଆଶାତୀତ କାର୍ଯ୍ୟ ହୋଇପାରୁ ନାହିଁ। ଏଭଳି ସମୟରେ ସହରର ବିଭିନ୍ନ ପ୍ରକାର ମେକାନିକାଲ ଷ୍ଟୋରକୁ ଖୋଲାଯାଉଥିବା ସମୟ ସୀମାକୁ ବୃଦ୍ଧି କରିବାକୁ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିନ୍ତା କରିବାକୁ ଅନୁରୋଧ କରିଛନ୍ତି ସହରବାସୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details