ବ୍ରହ୍ମପୁର :କୋରୋନା ଭାଇରସ୍ କୁ ନେଇ ସବୁଠି ଭୟ । ଏହାକୁ ରୋକିବା ପାଇଁ ସରକାରୀ ଏବଂ ବେସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି। ବ୍ରହ୍ମପୁର ରେଳଷ୍ଟେସନରୁ ଟ୍ରେନରେ ଆସୁଥିବା ଯାତ୍ରୀଙ୍କୁ କୋରୋନା ଭାଇରସ୍ ସଂପର୍କରେ ସଚେତନତା କରିବା ପାଇଁ ଦୁଇଟି ଷ୍ଟଲ ଆରମ୍ଭ ହୋଇଛି। ରେଳଷ୍ଟେସନର ଏକ ନମ୍ବର ପ୍ଲାର୍ଟ ଫର୍ମ ବାହାରେ ବ୍ରହ୍ମପୁର ଉପଜିଲ୍ଲାପାଳ ଉପସ୍ଥିତ ରହି ଏହାକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିବା ସହ ଜନସାଧାରଣଙ୍କୁ ସଚେତନତା କରାଇଥିଲେ ।
କୋରୋନା ପାଇଁ ସଚେତନତା - କୋରୋନା ସଚେତନତା ଆରମ୍ଭ
କୋରୋନା ଭାଇରସ୍ କୁ ନେଇ ସବୁଠି ଆତଙ୍କ । ସଚତନତା ପାଇଁ ଆଗେଇ ଆସିଛନ୍ତି ବିଭିନ୍ନ ସଂଗଠନ । ଅଧିକ ପଢନ୍ତୁ....
କୋରୋନା ସଚେତନତା
କୋରୋନା ସଚେତନତା
ସହରର ରୋଟାରୀ କ୍ଲବ ପକ୍ଷରୁ ଏହି ଅବସରରେ ଟ୍ରେନରେ ଆସିଥିବା ଯାତ୍ରୀ ମାନେ କିଭଳି ଏହି ଭାଇରସ୍ ରୁ ରକ୍ଷା ପାଇବା ପାଇଁ ନିଜେ ମାସ୍କ ପିନ୍ଧିବା ସହ ହାତକୁ ସଫା ରଖିବେ ସେ ନେଇ ବ୍ୟାପକ ସଚେତନତା କରାଯାଇଥିଲା । ବ୍ରହ୍ମପୁର ରେଳଷ୍ଟେସନ ପରିସରରେ କିଭଳି ଏହି ସଚେତନତା କରାଯାଉଛି ସେ ନେଇ ରେଳଷ୍ଟେସନ ପରିସରରେ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ