ଓଡିଶା

odisha

ETV Bharat / city

ବିନା କାରଣରେ ବହିଷ୍କାର, ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ଦୁଇ ପାଚିକା - ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ଦୁଇ ପାଚିକା

ଆସ୍କା ରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ପାଚିକାଙ୍କୁ କାର୍ଯ୍ୟରୁ ବାହାର କରାଯିବା ପରେ ସେମାନେ ପ୍ରତିବାଦ କରିଛନ୍ତି ।

berhampur
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

By

Published : Dec 19, 2019, 8:44 AM IST

ବ୍ରହ୍ମପୁର: ବିନା କାରଣରେ ବ୍ରହ୍ମପୁର ସହରର ଆସ୍କା ରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ପାଚିକାଙ୍କୁ କାର୍ଯ୍ୟରୁ ବାହାର କରାଯିବା ପରେ ସେମାନେ ପ୍ରତିବାଦ କରିଛନ୍ତି । ଏନେଇ ଦୁଇ ପାଚିକା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି । କୌଣସି କାରଣ ନ ଥାଇ କାର୍ଯ୍ୟରୁ କାହିଁକି ବାହାର କରାଗଲା ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦୁଇ ପାଚିକାଙ୍କୁ ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟକ ସଂଘ ପକ୍ଷରୁ ସମର୍ଥନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନାଯୋଗ୍ୟ, ଆସ୍କା ରୋଡ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ପାଚିକା କୁନି ସାହୁ ଏବଂ ଗୀତା ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ବିଦ୍ୟାଳୟର ତାଲା ପକାଇବା ଠାରୁ ଆରମ୍ଭ କରି ଝାଡୁଦାର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରୁଥିବା ଏହି ପାଚିକା ମାନଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଯାଇ ଅନ୍ୟାୟ କରାଯାଇଥିବା କହିଛନ୍ତି ଆନ୍ଦୋଳନରତ ପାଚିକା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details