ବ୍ରହ୍ମପୁର: ଧିରେ ଧିରେ ଗୋଟିଏ ପରେ ଗୋଟିଏ ସାହିକୁ ନିଜର କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଆଉ ଏହି ସଂକ୍ରମଣକୁ ରୋକିବା ପାଇଁ ବ୍ରହ୍ମପୁର ସହରରେ ମହାନଗର ନିଗମ ପକ୍ଷରୁ ଅଧିକ ସଂକ୍ରମିତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା ହୋଇସାରିଛି । ଏହି କ୍ରମରେ ବ୍ରହ୍ମପୁର ସହରରେ ପୁଣି ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି ପ୍ରଶାସନ ।
ବ୍ରହ୍ମପୁରର ଆଉ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ - ବ୍ରହ୍ମପୁର ଅପଡେଟ ନ୍ୟୁଜ
ଥମିବାର ନାଁ ନେଉନାହିଁ ମହାମାରୀ କୋରୋନା । ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଡିଶାରେ ସବୁ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେବା ସହ ସପ୍ତାହିକ ସଟଡାଉନ ଚାଲିଛି । ଏମିତିରେ ବ୍ରହ୍ମପୁରରେ ଅନେକ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଅଧିକ ପଢନ୍ତୁ...
ବ୍ରହ୍ମପୁରର ଆଇ ଦୁଇଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
ସହରର ହିଲପାଟଣା ତୃତୀୟ ଲାଇନ୍ ଏବଂ ଶାସ୍ତ୍ରୀ ନଗର ପ୍ରଥମ ଲାଇନ୍ରେ ଏହି କଣ୍ଟେନମେଣ୍ଟ ଘୋଷଣା କରାଯିବା ସହିତ ଉକ୍ତ ଅଞ୍ଚଳକୁ ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ ବାରଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ