ଓଡିଶା

odisha

By

Published : Jan 29, 2021, 7:56 PM IST

Updated : Jan 29, 2021, 9:17 PM IST

ETV Bharat / city

ବ୍ରହ୍ମପୁରରେ ଗାନ୍ଧିଜୀଙ୍କ ଶହୀଦ ଦିବସ ପାଳନ କରିବ କଂଗ୍ରେସ

ଶନିବାର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ରହ୍ମପୁର ଠାରେ କୋଭିଡ଼ ଗାଇଡ଼ ଲାଇନ୍ ସହ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଶହୀଦ ଦିବସ ପାଳନ କରାଯିବ । ଅଧିକ ପଢନ୍ତୁ...

ବ୍ରହ୍ମପୁରରେ ଗାନ୍ଧିଜୀଙ୍କ ଶହୀଦ ଦିବସ ପାଳନ କରିବ କଂଗ୍ରେସ
ବ୍ରହ୍ମପୁରରେ ଗାନ୍ଧିଜୀଙ୍କ ଶହୀଦ ଦିବସ ପାଳନ କରିବ କଂଗ୍ରେସ

ବ୍ରହ୍ମପୁର: ବ୍ରହ୍ମପୁରରେ ଗାନ୍ଧିଜୀଙ୍କ ଶହୀଦ ଦିବସ ପାଳନ କରିବ କଂଗ୍ରେସ । ଶନିବାର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବ୍ରହ୍ମପୁର ଠାରେ କୋଭିଡ଼ ଗାଇଡ଼ ଲାଇନ୍ ସହ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଶହୀଦ ଦିବସ ପାଳନ କରାଯିବ ।

ଏହି କାର୍ଯ୍ୟକ୍ରମ ପାଳନ ପାଇଁ ସହରର ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ ନିମନ୍ତେ ଦଳକୁ ବହୁ ବିଳମ୍ୱରେ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଏଥିରେ କେବଳ ୧୫୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ହେଲେ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଆସୁଥିବା ବ୍ୟକ୍ତି ମାନଙ୍କ ପାଇଁ କୋଭିଡ ଆରଟିପିସିଆର୍ ପରୀକ୍ଷା କରାଇବାକୁ କୁହାଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍ ରହିଥିବା ବ୍ୟକ୍ତି ବିଶେଷମାନେ ଏଥିରେ ଯୋଗ ଦେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଏପଟେ ପ୍ରଶାସନର ଏଭଳି କଟକଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାନସଭାର କଂଗ୍ରେସ ଦଳର ମୁଖ୍ୟ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ରାଜ୍ୟର କଳାହାଣ୍ଡି ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣଙ୍କ ସମାଗମ ହୋଇଥିବା ବେଳେ ବ୍ରହ୍ମପୁର ସହରର ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନର ଉଦଘାଟନ ଉତ୍ସବରେ ୨୦ ଓ ୩୦ ହଜାର ଲୋକେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରେ ଗାନ୍ଧିଜୀଙ୍କ ଶହୀଦ ଦିବସ ପାଳନ କରିବ କଂଗ୍ରେସ

ହେଲେ ଉକ୍ତ କାର୍ଯ୍ୟକ୍ରମରେ କେତେ ଜଣ ବ୍ୟକ୍ତିବିଶେଷଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା ବୋଲି ବ୍ରହ୍ମପୁର ବଉଳଝଳି ଗ୍ରାମରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ବିଧାୟକ ତାରାପ୍ରସାଦ । ଏପରିକି କଂଗ୍ରେସର କାର୍ଯ୍ୟକ୍ରମ ସମୟରେ ପ୍ରଶାସନର ଏଭଳି ଆଭିମୁଖ୍ୟ ସ୍ପଷ୍ଟ ପ୍ରମାଣିତ କରୁଛି କି ସରକାର ଚାହୁଁନାହାନ୍ତି ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳର ସଙ୍ଗଠନ ସୃଦୃଢ ହେଉ ।

ବ୍ରହ୍ମପୁରରେ ଦୈନିକ ୨୦୦ ବ୍ୟକ୍ତିଙ୍କ କୋଭିଡ ପରୀକ୍ଷା କରାଯିବାକୁ ବ୍ୟବସ୍ଥା ରହିଥିବା ବେଳେ ସମସ୍ତଙ୍କ ପରୀକ୍ଷା କିପରି କରାଯିବ ବୋଲି ପ୍ରଶ୍ନ ଉଠାଯିବା ସହିତ ରାଜ୍ୟ ସରକାରଙ୍କ ଏଭଳି ନୀତିକୁ ନେଇ ସମାଲୋଚନା କରାଯାଇଥିଲା । ଏପରିକି କଟକ ବରମୁଣ୍ଡା ବସଷ୍ଟାଣ୍ଡରେ କାର୍ଯ୍ୟକ୍ରମରେ କେତେ ଲୋକେ ରହିଥିଲେ । ସରକାରଙ୍କ କୋଭିଡ଼ ଗାଇଡ଼ଲାଇନକୁ ମାନି କଂଗ୍ରେସ ଦଳ କାର୍ଯ୍ୟକ୍ରମ କରିବ ।

ହେଲେ ବୈଠକକୁ ଆସୁଥିବା ଦଳୀୟ ନେତା କର୍ମୀଙ୍କୁ ରାସ୍ତାରେ ଆସିଲା ବେଳେ କିମ୍ବା ବୈଠକରେ ଯିବା ସମୟରେ ଯଦି କିଛି ଅସୁବିଧା ହୁଏ ତେବେ ସରକାର ଦାୟୀ ରହିବେ ବୋଲି କୁହାଯାଇଛି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିର ବିଧାୟକ ରମେଶ ଚନ୍ଦ୍ର ଜେନା ଉପସ୍ଥିତ ରହି ଆସନ୍ତାକାଲି କାର୍ଯ୍ୟକ୍ରମକୁ ସଫଳ କରିବା ସହ ଏହାକୁ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jan 29, 2021, 9:17 PM IST

For All Latest Updates

ABOUT THE AUTHOR

...view details